କନକ ବ୍ୟୁରୋ: ୫-ଟି କାମ ନିମ୍ନମାନର ହେଇଥିବା ଜାଣିବା ପରେ ସ୍କୁଲ କାମକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ରଘୁନାଥ ଜୀଶ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ କାମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ୯ଲକ୍ଷ ଟଙ୍କା ବ୍ୟୟ ବରାଦରେ ସ୍କୁଲର ନୂତନ ଘର ନିର୍ମାଣ ଚାଲିଛି । ଘର ନିର୍ମାଣରେ ବ୍ୟବହାର ହେଉଥିବା ବାଲି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଘର କାମରେ ବ୍ୟବହାର ହେଉଥିବା ବାଲି ଟିକିଏ ମୋଟା ଥିଲା, ତାକୁ ବ୍ୟବହାର ନକରିବା ପାଇଁ କୁହାଯାଇଛି ।