ଘନେଇଲା ସାରୁଅ ଜମି ଜାଲିଆତି ବିବାଦ । ଜମି ଫେରାଇବା ଦାବିରେ ରାଜଭବନ ଆଗରେ ଧାରଣାରେ ବସିଲେ ଗ୍ରାମବାସୀ 

90

କନକ ବ୍ୟୁରୋ : ସମୟ ଗଡୁଛି । ସାରୁଅ ଜମି କେଳେଙ୍କାରି ବିବାଦ ଧୀରେ ଧୀରେ ଉଗ୍ର ହେବାରେ ଲାଗିଛି । କାରଣ ଏଠି ଜମି ବି ଯାଇଛି ଆଉ ଚାକିରି ବି ଯାଇଛି । ଏବେ ନ୍ୟାୟ ଦାବିରେ ଜମି ହରାଇଥିବା ଲୋକେ ରାଜଭବନ ଆଗକୁ ଓହ୍ଲାଇ ଆସିଛନ୍ତି । ସେମାନଙ୍କ କହିବା ହେଲା, ଆମ ଜମି ଫେରାନ୍ତୁ । ଗାଁ ଲୋକଙ୍କୁ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡରେ ଚାକିରୀ ଦିଆଯାଉ । ଲକଡାଉନ ସମୟର ବକେୟା ଦରମା ଦିଆଯାଉ  । କମ୍ପାନୀର ସ୍ଥାୟୀ ନିଯୁକ୍ତି ପ୍ରତିଶ୍ରୃତି ପାଳନ ହୋଇନାହିଁ  । ଲକଡାଉନରେ କମ୍ପାନୀ ଦରମା ବି ଦେଇନାହିଁ

ଏହାରି ଭିତରେ ସାରୁଅ ଜମି ହେରଫେର ଘଟଣାରେ ଓଡିଶା ଇନଫ୍ରାଟେକର ଜଣଙ୍କ ପରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଗିରଫ ହୋଇସାରିଛନ୍ତି । ଗିରଫ ଓଡିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣି ଶିବପ୍ରସାଦ ଶ୍ରୀଚନ୍ଦନଙ୍କ ପତ୍ନୀ କହିଛନ୍ତି, ଶିବପ୍ରସାଦ ନିରିହ ଏବଂ ନିର୍ଦ୍ଦୋଷ । ଯାହା କିଛି କରିଛନ୍ତି କମ୍ପାନି କର୍ତୃପକ୍ଷଙ୍କ ନିର୍ଦ୍ଦେଶରେ କରିଛନ୍ତି । ତେଣୁ ବୈଜୟନ୍ତ ପଣ୍ଡା ଏବଂ ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଆଇନର ଉଲ୍ଲଙ୍ଘନ କରି ସାରୁଅରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ଅନୁସଚିତ ଜାତି ଓ ଜନଜାତିଙ୍କ ଜମି ହଡପ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ସିଏଫଓ ମନୋରଂଜନ ଷଡଙ୍ଗୀ ଏବଂ ପାୱାର ଅଫ ଆଟର୍ଣ୍ଣି ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଥିଲା ।