ମୌଳିକ ସମସ୍ୟା ପୂରଣ ହେଉନଥିବାରୁ ଗାଁ ଲୋକଙ୍କ ଅସନ୍ତୋଷ । ହାତରେ ପୋଷ୍ଟର ଧରି ଗାଁକୁ ନେତା ପୁରାଇ ନଦେବାକୁ ନିଷ୍ପତି ।

279

କନକ ବ୍ୟୁରୋ: ବାରମ୍ବାର ଦାବି ସତ୍ୱେ ବି ଶୁଣିଲାନି ପ୍ରଶାସନ । ଅନୁରୋଧ ପରେ ବି ଗାଁକୁ ଭଲ ରାସ୍ତା ହୋଇ ପାରିଲା ନାହିଁ କି ପାନୀୟଜଳର ସୁବିଧା ମିଳିପାରିଲା ନାହିଁ । ଚିଲିକା ଟାପୁରେ ଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଭେଟିବାଉରିପଲ୍ଲୀ ଗ୍ରାମବାସୀଙ୍କର ଦୁର୍ଦ୍ଦଶାର ଚିତ୍ର । ଚାରିପଟେ ପାଣି ଥାଇବି ପିଇବା ପାଣି ମୁଁନ୍ଦେ ଲୋକଙ୍କୁ ମିଳେ ନାହିଁ ଏଠି । ଅନ୍ୟ ଗାଁକୁ ଯିବା ପାଁଇ ମଧ୍ୟ ଭଲ ରାସ୍ତା ଖଣ୍ଡେ ନାହିଁ । ଭୋଟ୍ ପରେ ଭୋଟ ଯାଉଥିଲେ ବି ଏମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ପ୍ରସାଶନ ସତେ ଯେପରି ଭୁଲି ଯାଇଛି । ଏଥିପାଇଁ ଚଳିତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ହାତରେ ପୋଷ୍ଟର ଧରି ନେତାଙ୍କୁ ଗାଁରେ ପୁରେଇ ନଦେବାକୁ ଚେତାବନୀ ଦେଇଛନ୍ତି ।