କନକବ୍ୟୁରୋ :ନେଟୱର୍କ ନାହିଁ ତ ଭୋଟ ନାହିଁ । ଏଭଳି ସ୍ଲୋଗାନ ସହ ପ୍ଲା କାର୍ଡ ଧରି ରାସ୍ତା ଅବରୋଧ କରିଛନ୍ତି କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ପଂଚାୟତବାସୀ । ରାସ୍ତା ଅବରୋଧ ପାଇଁ ବିଲାମାଳରୁ ବେଲଘରକୁ ଯାତାୟାତ ବନ୍ଦ ହୋଇଯାଇଛି । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ଦାଖଲ ପାଇଁ ଯିବା ସମୟରେ ତାଙ୍କୁ ରାସ୍ତା ଛାଡ଼ି ନଥିଲେ ଲୋକେ । ପରେ ବେଲଘର ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ବିଜେଡି ପ୍ରାର୍ଥୀଙ୍କ ଗାଡ଼ିକୁ ଛାଡ଼ିଥିଲା ।

Advertisment

ଏହି ଅଂଚଳରେ ଆଜି ଯାଂଏ ମୋବାଇଲ ନେଟୱର୍କ ନଥିବାରୁ ବହୁ ସମସ୍ୟା ଭୋଗୁଛନ୍ତି ଲୋକେ । ନେଟୱର୍କ ସ୍ଥାପନ ପାଇଁ ଦୀର୍ଘ ବର୍ଷ ହେବ ବିଧାୟକ ଓ ସାଂସଦଙ୍କୁ ଗୁହାରୀ ଜଣାଇଛନ୍ତି ପଂଚାୟତବାସୀ । ବହୁ ଦାବି ପରେ ନେଟୱର୍କ ନିର୍ମାଣ ହୋଇଛି କିନ୍ତୁ ଏହା କାର୍ଯ୍ୟକ୍ଷମ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ତେଣୁ ବାଧ୍ୟ ହୋଇ ପଂଚାୟତର ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିବା ସହ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ।