କନକ ବ୍ୟୁରୋ : କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଗର୍ଭବତୀ ମହିଳାଙ୍କୁ ଗାଁକୁ ପୁରାଇଲେନି ଗ୍ରାମବାସୀ । ଗତ ୧୨ ଘଂଟା ହେବ ଗର୍ଭବତୀ ମହିଳାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ତହସିଲଦାର, ଏବିଡିଓ, ଥାନା ଏଏସଆଇ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ । ଖବର ଅନୁସାରେ, ମୟୁଭଂଜ ବାଙ୍ଗିରୀପୋଷି ବୁଢୀଖମାରୀ ଗାଁର ଜଣେ ଗର୍ଭବତୀ ମହିଳା କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେ ବାରିପଦା କୋଭିଡ ମେଡିକାଲରେ ଭର୍ତି ହୋଇଥିଲେ । କିନ୍ତୁସେଠାର ସୁସ୍ଥ ହୋଇ ଫେରିବା ପରେ ଏବେ ଗାଁଲୋକ ମହିଳାଙ୍କୁ ଗାଁ ଭିତରକୁ ପୁରାଇଦେଉନାହାନ୍ତି ।/kanak/media/post_attachments/wp-content/uploads/2020/08/IMG-20200818-WA0033-300x138.jpg)
ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛନ୍ତି । ଗାଁ ଲୋକଙ୍କୁ ବୁଝାଇବାକୁ ଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟ ପ୍ରଶାସନିକ ଅ୍ରଧିକାରୀଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି । ମହିଳା ଜଣକ ପଜିଟିଭ କି ନେଗେଟିଭ ତାହା ରିପୋର୍ଟ ଦେଖିବା ପରେ ହିଁ ଗାଁ ଭିତରକୁ ଛାଡିବେ ବୋଲି ଦାବି ରଖିଛନ୍ତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/18-16.jpg)