କନକ ବ୍ୟୁରୋ : ସରପଂଚ ପଦ ପାଇଁ ପରୀକ୍ଷା ଦେଲେ ପ୍ରାର୍ଥୀ । ୮ ଜଣ ପ୍ରାର୍ଥୀଙ୍କର ଲିଖିତ ପରୀକ୍ଷା କରାଇଲେ ଗ୍ରାମବାସୀ । ସବୁଠାରୁ ବଡ କଥା ହେଉଛି, ଗ୍ରାମବାସୀଙ୍କ ପ୍ରଶ୍ନରେ ଉତର ଲେଖି ୩ ଜଣ ପ୍ରାର୍ଥୀ ପାସ୍ କରିଛନ୍ତି । ପଂଚାୟତ ନିର୍ବାଚନରେ ଏଭଳି ରୋଚକ ଖବର ଆସିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ମାଲୁପଡା ଗାଁରେ । କୁତ୍ରା ପଂଚାୟତରେ ସରପଂଚ ପ୍ରାର୍ଥୀ ଭାବେ ୯ ଜଣ ପ୍ରତିଦ୍ୱିନ୍ଦିତା କରୁଛନ୍ତି ।

Advertisment

ପ୍ରାର୍ଥୀମାନେ ପ୍ରଚାର ପାଇଁ ଆସିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ, ଏବଂ କିଛି ପ୍ରଶ୍ନର ଲିଖିତ ଉତର ଚାହିଁଥିଲେ । ପ୍ରାର୍ଥୀମାନେ ଏଥିରେ ଅମଙ୍ଗ ନହୋଇ ପରୀକ୍ଷା ଦେଇଥିଲେ । ତେବେ ଗ୍ରାମବାସୀଙ୍କ ପ୍ରଶ୍ନ ଥିଲା, ଆପଣ ସରପଂଚ ପ୍ରାର୍ଥୀ ହେବାର ୫ଟି ଉଦେଶ୍ୟ କଣ ? ଯଦି ସରପଂଚ ଭାବେ ନିର୍ବାଚିତ ହେବେ, ଆଗାମୀ ୫ ବର୍ଷ ପାଇଁ କଣ କରିବେ ? ଯଦି ଆପଣ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି ତା’ ହେଲେ ପୂର୍ବରୁ କରିଥିବା ୫ଟି ନିଃସ୍ୱାର୍ଥ ସେବା କଣ କଣ ?

ଏବେ ଯେମିତି ଘରଘର ବୁଲି ଭୋଚ ମାଗୁଛନ୍ତି, ନିର୍ବାଚିତ ହେବା ପରେ ଘର ଘର ବୁଲି ସମସ୍ୟା ସମାଧାନ କରିବେ କି ? ଆପଣଙ୍କ ସ୍ୱପ୍ନର ଗ୍ରାମପଂଚାୟତ କିଭଳି ହେବା ଆବଶ୍ୟକ । ଆପଣଙ୍କ ଗ୍ରାମ ପଂଚାୟତରେ କେତେଟି ଗ୍ରାମ, କେତୋଟି ୱାର୍ଡ ଓ କେତେ ଜନ ସଂଖ୍ୟା । ପୂର୍ବ ସରପଂଚଙ୍କ ବାବଦରେ ବର୍ଣ୍ଣନା କର । ଗ୍ରାମବାସୀଙ୍କ ଏହି ସବୁ ପ୍ରଶ୍ନର ଉତର ଲେଖିଛନ୍ତି ପ୍ରାର୍ଥୀ । ତେବେ ଏଥିରେ ୩ ଜଣ ପ୍ରାର୍ଥୀ ଉତିର୍ଣ୍ଣ ହୋଇଛନ୍ତି ।