କନକ ବ୍ୟୁରୋ: ନିଜକୁ ପୋଲିସ ପରିଚୟ ଦେଇ ବାରମ୍ବାର ଗାଁକୁ ଆସୁଥିଲେ ଗୋଟିଏ ଟିମ୍ । ଗଂଜେଇ ଚୋରା ଚାଲାଣ ଉପରେ ଚଢାଉ କରିବାକୁ କହି ଲୋକଙ୍କ ଘରେ ପଶୁଥିଲେ । ଲୋକଙ୍କ ଡରାଇ ଧମକାଇ ଯାଞ୍ଚ କରିବା ଆଳରେ ଲୁଟ୍ କରୁଥିଲେ । ପରେ ଗାଁ ଲୋକଙ୍କ ହାବୁଡରେ ଧରାପଡିଯିବା ପରେ ନିର୍ଧୁମ ଛେଚା ଖାଇଛନ୍ତି ନକଲି ପୋଲିସ ହୋଇ ଗାଁରେ ପଶୁଥିବା ଲୁଟେରା । କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାଳିଗଟା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜେଜ ଧରିବା ପାଇଁ ନିଜକୁ ପୋଲିସର ପରିଚୟ ଦେଇ ବାଳିଗଟା ଗାଁରେ ପଶିଥିଲେ ଲୁଟେରା ଟିମ୍ ।
ବିଭିନ୍ନ ଲୋକଙ୍କ ଘରେ ପଶି ଟଙ୍କା ସୁନା ଗହଣା ଲୁଟ କରୁଥିବା ଲୁଟ୍ କରୁଥିଲେ । ଲୁଟେରା ଗ୍ୟାଙ୍ଗକୁ ଗାଁଲୋକେ କାବୁ କରିବା ସହ ନିର୍ଦ୍ଧୁମ ମାଡ଼ ମାରିଛନ୍ତି । ଫିରିଙ୍ଗିଆ ଅଞ୍ଚଳର ସରଳ ଆଦିବାସୀମାନଙ୍କୁ ପୋଲିସ କହି ବିଭିନ୍ନ ମରଣାସ୍ତ୍ର ଦେଖାଇ ଟଙ୍କା ସୁନା ଲୁଟ କରିଆସୁଥିଲେ । ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନକଲି ପୋଲିସକୁ ଥାନାକୁ ଆଣି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/52-1.jpg)