ଶୁଣିଲାନି ପ୍ରଶାସନ, ପୋଲ ବନାଇଲେ ଗାଁ ଲୋକେ । କନ୍ଧମାଳରୁ ଆସିଲା ପୁଣି ଏକ ଝୁଲା ପୋଲର ଚିତ୍ର । କାଳିପେନୁ ନଦୀରେ ଟପେରିକିଆ ଗାଁର ଲୋକେ ନିଜ ଖର୍ଚ୍ଚରେ ତିଆରି କରିଛନ୍ତି ପୋଲ

113
କନକ ବ୍ୟୁରୋ : ଶୁଣିଲାନି ପ୍ରଶାସନ । ଗାଁ ଲୋକେ ନିଜ ଖର୍ଚ୍ଚରେ ତିଆରି କଲେ ଝୁଲା ପୋଲ । କନ୍ଧମାଳ କେ.ନୂଆଗାଁ ବ୍ଲକର ଟପେରିକିଆ ଗାଁଲୋକ ନିଜ ଉଦ୍ୟମ ଓ ଖର୍ଚରେ ତିଆରି କରିଛନ୍ତି ତାରରେ ଝୁଲା ପୋଲ । ଚାନ୍ଦା ଆଦାୟ କରି ନିଜ ଖର୍ଚରେ ବଜାରରୁ  ତାର କିଣି  ଦେଶୀ ପଦ୍ଧତିରେ ଏହି ପୋଲ ତିଆରି କରିଛନ୍ତି । ଏଥିପାଇଁ କୌଣସି ଇଞ୍ଜିନିୟରଙ୍କ ସହୟତା ନିଆଯାଇନାହିଁ ।
ତେବେ ଏହି ପୋଲକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି । ପୋଲ ତିଆରି କରିଥିବା ଗାଁ ଲୋକଙ୍କୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।
ତେବେ ଅନେକ ଦିନ ହେବ ଟପେରିକିଆ ଗାଁର ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସ୍ଥାନୀୟ ପ୍ରଶାସନକୁ କହିଲେ ମଧ୍ୟ କୌଣସି ଫଳ ମିଲିନଥିଲା । ଶେଷରେ ଗାଁ ଲୋକ ମିଶି ନିଜ ଟଙ୍କାରେ ଏକ ଦେଶୀ ପୋଲ ତିଆରି କରିଛନ୍ତି ।