ତହସିଲଦାରଙ୍କୁ ମାଡ ମାରି ଲହୁଲୁହାଣ କଲେ ଗ୍ରାମବାସୀ: ଦେଶୀ ମଦ ରନ୍ଧା ଚାଲିଥିବାବେଳେ ଚଢାଉ କରିବାରୁ ଆକ୍ରମଣ

463

କନକ ବ୍ୟୁରୋ: ତହସିଲଦାରଙ୍କୁ ମାଡ ମାରିଲେ ଉତ୍ୟକ୍ତ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ମନ୍ଦରଡା ପଂଚାୟତର ବୁଢିଘାଟି ଗାଁରେ । ଏଠାରେ ଦେଶ ରନ୍ଧା ମଦ ଚାଲିଥିବାବେଳେ ସ୍ଥାନୀୟ ଅବକାରୀ ଅଧିକାରୀ ଓ ତହସିଲଦାର ମିଳିତ ଭାବେ କରିଥିଲେ ଚଢାଉ । ହେଲେ ଏହାକୁ ବିରୋଧ କରି ବୁଢିଘାଟି ଗାଁର କିଛି ଅସମାଜିକ ବ୍ୟକ୍ତି ଆକ୍ରୋଶ ମୂଳକ ଭାବେ ତହସିଲଦାର ଓ ଅବକାରୀ ଅଧିକାରୀଙ୍କୁ ମାଡ ମାରିଥିଲେ । ତିନୋଟି ଗାଡି ଅଟକ ରଖି ପ୍ରଶାସନିକ ଅଧିକାରୀଙ୍କୁ ଗୋଡାଇ ଗୋଡାଇ ବାଡେଇଥିବା ଅଭିଯୋଗ ହୋଇଛି । ରକ୍ତାକ୍ତ ଅବସ୍ଥାରେ ଜରଦା ପୋଲିସ ତହସିଲଦାର ଅମିତ କୁମାର ନାୟକ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ସୁରଙ୍ଗୀ ମେଡିକାଲରେ ଭର୍ତି କରିଛି । ଘଟଣାରେ ତହସିଲଦାର ଅମିତ କୁମାରଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି । ଡାକ୍ତରଖାନାରେ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ୍ ପଡିଥିବା ଜଣାପଡିଛି ।