ଲାଲବାହିନୀର ଇସାରାରେ ଚାଲୁଛନ୍ତି ଗାଁ ଲୋକେ : ଡ୍ରୋନ କ୍ୟାମେରାରେ କଏଦ ହେଲା ମାଓବାଦୀ ଓ ଗାଁ ଲୋକଙ୍କ ଗତବିଧି, କାଟୁଛନ୍ତି ରାସ୍ତା; ଛତିଶଗଡ ସୁକୁମାରୁ ଆସିଲା ଖବର

2,503

କନକ ବ୍ୟୁରୋ : ଆକାଶ ମାର୍ଗରୁ କଏଦ ହେଲା ମାଓବାଦୀ ଓ ଗ୍ରାମାବାସୀଙ୍କ ଗତିବିଧି । ଗ୍ରାମବାସୀମାନେ ମାଓବାଦୀଙ୍କ ସହ ମିଶି ରାସ୍ତା କାଟିବାକୁ ବାହାରି ପଡିଛନ୍ତି । ସୁରକ୍ଷା ବାହିନୀର ଡ୍ରୋନ୍ କ୍ୟାମେରାରେ ସେହି ସମୟର ଏହି ଦୃଶ୍ୟ କଏଦ ହୋଇଛି । ଏହା ହେଉଛି ମାଲକାନଗିିରି ସୀମାବର୍ତ ଛତିଶଗଡ ସୁକୁମା ଜିଲ୍ଲାର ଦୃଶ୍ୟ ।

କିଷ୍ଟାରାମ ଥାନା ଅନ୍ତର୍ଗତ ପାଲୋଡି ଗାଁର ଗ୍ରାମବାସୀମାନେ ମାଓବାଦୀଙ୍କ ସହ ମିଶି ରାସ୍ତା କାଟୁଥିବା ସମୟରେ ଏହି ଚିତ୍ର ଉତୋଳନ କରାଯାଇଥିବା ସୁରକ୍ଷା କର୍ମୀମାନେ ଦାବି କରିଛନ୍ତି । ଏହି ଦୃଶ୍ୟ ସତ୍ୟ ହୋଇଥିଲେ ଲାଲଗଡରେ କେମିତି ଏବେ ବି ଲାଲବାହିନୀଙ୍କ ଇଶାରାରେ ଗ୍ରାମବାସୀମାନେ ପରିଚାଳିତ ହେଉଛନ୍ତି । ତାହା ଏହି ଚିତ୍ର ହିଁ ବୟାନ କରୁଛି ।