ବାୟୋଫ୍ଲକ ପଦ୍ଧତିରେ ମାଛଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା । ମିଶନ ଶକ୍ତି ପକ୍ଷରୁ ମହିଳା ମାନଙ୍କୁ ମିଳୁଛି ସହଯୋଗ ।

119

କନକ ବ୍ୟୁରୋ : ବାୟୋଫ୍ଲକ ପଦ୍ଧତିରେ ମାଛଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା । ମିଶନ ଶକ୍ତି ପକ୍ଷରୁ ମହିଳା ମାନଙ୍କୁ ମିଳୁଛି ସହଯୋଗ । କାମାକ୍ଷାନଗର ମହୁଲି ଗାଁରେ ମହିଳାଙ୍କର ଏଭଳି ଉଦ୍ୟମ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା । ଗାଁର ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ, ଶକ୍ତି ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶକ୍ତି ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମିଳିତ ଉଦ୍ୟମରେ ଆରମ୍ଭ କରିଛନ୍ତି ରଙ୍ଗିନ୍ ମାଛ ଚାଷ ।

ପ୍ରଥମେ ରଙ୍ଗିନ୍ ମାଛ ଚାଷ ପାଇଁ ପାଣିକୁଣ୍ଡ, କୂଅ ଓ ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଡ଼ କରିଥିଲେ ମହିଳା । ଏହାପରେ ଏହି ବିଷୟରେ ଉପଯୁକ୍ତ ତାଲିମ ନେଇ ଏହାର ସଫଳ ରୂପାୟନ କରିଛନ୍ତି । ବଜାରରେ ରଙ୍ଗିନ୍ ମାଛ ଚାହିଦା ଅଧିକ ରହିଥିବା ବେଳେ ଭଲ ବ୍ୟବସାୟର ଆଶା ରଖିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।