କନକ ବ୍ୟୁରୋ: ଗାଁରୁ ତଡିଦେଲା ହାତୀ । ଗଜରାଜ ଭୟରେ ଗାଁ ଛାଡି ବାରଦୁଆର ବୁଲୁଛନ୍ତି ଗ୍ରାମବାସୀ । ବନ୍ଧୁ ଘରେ ରହୁଛନ୍ତି କେନ୍ଦୁଝର ଜିଲ୍ଲା କାଂଜିପାଣୀ ବନାଂଚଳର କାଳିଆପାଣି ଗ୍ରାମବାସୀ । ଦେଢ ବର୍ଷ ହେଲା କାଳିଆପାଣି ଗାଁ ଖାଲି ହୋଇଯାଇଛି । ଦନ୍ତାହାତୀ ବାରମ୍ବାର ଗାଁରେ ଉତ୍ପାତ କରିବା ସହ ଲୋକଙ୍କୁ ଆକ୍ରମଣ କଲା । ତେଣୁ ଭୟରେ ଗ୍ରାମବାସୀ ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ଗାଁଟି ଏବେ ପୁରା ଅସ୍ଥିତ୍ୱ ହରାଇ ସାରିଛି । ବାଂଶପାଳ ବ୍ଲକ ଟାଙ୍ଗରପଡା ଗାଁରୁ କିଛି ପରିବାର ଉଠିଆସି ଏଠାରେ ଘର କରି ରହୁଥିଲେ । ୨୫ ବର୍ଷ ଧରି ରହିବା ପରେ ଗାଁକୁ ରାସ୍ତା ହୋଇଛି । ୨୮ ଲକ୍ଷ ଟଙ୍କାରେ ପିଚୁ ରାସ୍ତା ହୋଇଛି, ହେଲେ ଏବେ ଗାଁରେ ଆଉ ଘର ନାହିଁ । ଖାଲି ବଣ ଓ ବୁଦା ଭିତରେ କାନ୍ଥ ଠିଆ ହୋଇଛି । କାରଣ ଗାଁରେ ହାତୀ ଉତ୍ପାତ କଲା । ଦିନ ରାତି ଗାଁରେ ହାତୀ ରହିବାରୁ ଲୋକେ ଘରୁ ବାହାରି ପାରିଲେ ନାହିଁ । ଦନ୍ତାହାତୀଟି ବାରମ୍ବାର ଗାଁରେ ଘରଦ୍ୱାର ଭାଙ୍ଗିବା ସହ ଖାଦ୍ୟଶସ୍ୟ ନଷ୍ଟ କଲା । ତେଣୁ ଲୋକ ଗାଁ ଛାଡି ଚାଲି ଯାଇଛନ୍ତି ।

Advertisment