କନକ ବ୍ୟୁରୋ: ଭୂତାଣୁର ଭୟ ମଣିଷକୁ କେତେ ନିର୍ଦ୍ଦୟୀ କରି ଦେଉଛି, ତାର ଆଉ ଏକ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲାରୁ । ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ବେକାବୁ ହେଉଥିବା ବେଳେ ମୃତ୍ୟୁର ସାଂଘାତିକ ଚିତ୍ର ସବୁ ସାମ୍ନାକୁ ଆସିବାରେ ଲାଗିଛି । କେତେବେଳେ ଲକ୍ଷଣ ଥିବା ରୋଗୀ, ପରୀକ୍ଷା କରିନଥିବାରୁ ସାମାଜିକ ଅବହେଳାର ଶିକାର ହେଉଛନ୍ତି, ତ ଆଉ କେତେବେଳେ କରୋନା ପଜିଟିଭ୍ ଆସିବା ପରେ ଚିକିତ୍ସାଧିନ ଅବସ୍ଥାରେ ରୋଗୀଙ୍କ ଜୀବନ ଯାଉଛି ।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲୋଠୋର ଗାଁରେ ମଲ୍ଲିଫୁଲ ସୁନା କରୋନା ରୋଗରେ ପୀଡ଼ିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଭୂତାଣୁ ଭୟରେ କେହି ପାଖପଡ଼ିଶା କିମ୍ବା ସମ୍ପର୍କୀୟ ଆସିନଥିଲେ । ଶେଷରେ ସ୍ଥାନୀୟ ସରପଂଚ ପ୍ରବୀଣ ଅଗ୍ରୱାଲ ଓ ତାଙ୍କ କିଛି ସହଯୋଗୀଙ୍କ ସହାୟତାରେ ଶବ ସକ୍ରାର କରାଯାଇଛି । ସେହିପରି ମୃତ ମହିଳାଙ୍କ ସ୍ୱାମୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ ସ୍ଥାନୀୟ ସରପଂଚ ପ୍ରବୀଣ ଅଗ୍ରୱାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2019/06/Death_Photo.jpg)