କନକ ବ୍ୟୁରୋ: ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ । କିନ୍ତୁ ନିଜେ ଚୋରା ମଦ ବିକ୍ରି କରି ବନ୍ଧା ହେଲ ଗାଁ ସଭାପତି । ଅନୁଗୋଳ ଜିଲ୍ଲା ବଡକେରା ପଂଚାୟତ ତୁମୁଣି ଗାଁରେ ଘଟିଛି ଏଭଳି ଚାଂଚଲ୍ୟକର ଘଟଣା । ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା । ତେଣୁ ଗାଁରେ ମଦ ବିକ୍ରି ହେବନି ବୋଲି ଗାଁ କମିଟି ନିଷ୍ପତି ନେଇଥିଲା । ଗାଁରେ ମଦ ବିକି ଧରା ପଡ଼ିଲେ, ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସଭାପତି ନିୟମ କରିଥିଲେ । କିନ୍ତୁ ନିୟମରେ ନିଜେ ଛନ୍ଦି ହୋଇ ପଡ଼ିଲେ ସଭାପତି । ମଦ କାରବାର ବେଳେ ଗାଁ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି ସଭାପତି । ଗାଁର ମହିଳା ଓ ଅନ୍ୟମାନେ ଏକାଠି ହୋଇ ଗାଁ ସଭାପତିକୁ ଧରି ସ୍ଥାନୀୟ ପୁଲିସରେ ଜିମା ଦେଇଛନ୍ତି । ସେପଟେ ବେଆଇନ ମଦ କାରବାର ନେଇ ଗାଁର ୱାର୍ଡ ମେମ୍ବରଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।

Advertisment