ସହିଦଙ୍କୁ ଝୁରୁଛି ଗାଁ ମାଟି । କନ୍ଧମାଳରେ ମାଓବାଦୀଙ୍କ ଗୁଳିରେ ସହିଦ ଦୁଇ ଯବାନଙ୍କୁ ନିଜ ଗାଁରେ ଦିଆଯାଉଛି ଶ୍ରଦ୍ଧାଞ୍ଜଳି, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

171

କନକ ବ୍ୟୁରୋ : କଳାହାଣ୍ଡି କନ୍ଧମାଳ ସୀମାରେ ମାଓ ଏନକାଉଁଟରରେ ସହିଦ ହୋଇଥିଲେ ୨ ଜବାନ । ଜଣେ ମୟୂରଭଂଜ ମାଟିର ପୁଅ ସୁଧୀର କୁମାର ଟୁଡୁ । ସୁଳିଆପଦା ଥାନା ସନଭାଡୁଆ ଗାଁରେ ତାଙ୍କର ଘର । ସୀର୍କା ଜଙ୍ଗଲରେ ସୁଧୀର ଟୁଡୁ ସହିଦ ହେବାର ଖବର ଆସିବା ପରଠାରୁ ଗାଁରେ ଖେଳି ଯାଇଛି ଶୋକାକୂଳ ପରିବେଶ । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ସୁଧୀରେ ଶେଷ ଥର ପାଇଁ ଯେତେବେଳେ ଆସିଥିଲେ କଥା ଦେଇ ଯାଇଥିଲେ ଦୁର୍ଗା ପୂଜା ଛୁଟିରେ ଆସିବେ ।

ହେଲେ ଏବେ ନକ୍ସଲ ବିରୋଧୀ ଅପରେସନରେ ଦେଶ ପାଇଁ ସହିଦ ହୋଇଛନ୍ତି । ସୁଧୀର ଥିରେ ପରିବାରର ବଡ ପୁଅ । ତାଙ୍କ ଉପରେ ପୁରା ପରିବାର ନିର୍ଭର କରୁଥିଲା । ହଠାତ୍ ଏପରି ଖବର ଆସିବା ପରେ କେହି ବିଶ୍ୱାସ କରିପାରୁ ନାହାନ୍ତି । ତେବେ ଆଜି ଜନ୍ମ ମାଟିକୁ ଆସୁଛି ସହିଦ ସୁଧୀର କୁମାର ଟୁଡୁଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟଦା ସହିଦ ସହିଦ ଜବାନଙ୍କ ଗାଁ ମାଟିରେ ହେବ ଅନ୍ତିମ ସଂସ୍କାର । ସହିଦଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯିବା ପରେ ସଂପନ୍ନ ହେବ ଅନ୍ତିମ ସଂସ୍କାର ।