ଗାଁ କମିଟିର ଅଜବ ନିଷ୍ପତି । ସରକାରୀ ଜମିରୁ ଦୋକାନ ଘର ନଭାଙ୍ଗିବାରୁ ସାମାଜିକ ବାସନ୍ଦ ନିଷ୍ପତି ନେଇଛି ଗାଁ କମିଟିର କଙ୍ଗାରୁ କୋର୍ଟ । 

ଗାଁ କମିଟିର ଅଜବ ନିଷ୍ପତି । ସରକାରୀ ଜମିରୁ ଦୋକାନ ଘର ନଭାଙ୍ଗିବାରୁ ସାମାଜିକ ବାସନ୍ଦ ନିଷ୍ପତି ନେଇଛି ଗାଁ କମିଟିର କଙ୍ଗାରୁ କୋର୍ଟ । 

କନକ ବ୍ୟୁରୋ : ଗ୍ରାମବାସୀଙ୍କ ନିଷ୍ପତି କୁ ଗ୍ରହଣ ନ କରିବାରୁ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଚାରି ପରିବାର, ଏହି ଚାରି ପରିବାର ମଧ୍ୟରେ ନିର୍ବାଚିତ ୱାର୍ଡ ସଭ୍ୟ ମଧ୍ୟ ଅଛନ୍ତି, ପରିବାରର କୌଣସି ସଦସ୍ୟ ଏପରିକି ସାନ ସାନ ଛୁଆଙ୍କ ସହ ଗ୍ରାମର କୌଣସି ବ୍ୟକ୍ତି କଥା ହେବେ ନାହି, କୌଣସି ଦୋକାନୀ ସଉଦା ଦେବେ ନାହି, ସେଲୁନରେ ଚୁଟି କାଟି ପାରିବେ ନାହି ଏହିପରି ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି, ଯଦି ଗ୍ରାମର କେହି ଏହି ନିଷ୍ପତିକୁ ଭଙ୍ଗ କରି ବାସନ୍ଦ ପରିବାରକୁ ସହଯୋଗ କରନ୍ତି ତେବେ ଗ୍ରାମ କମିଟିକୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ । ଏହି ପ୍ରକାର କୁତ୍ସିତ ପରମ୍ପରା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ୟୁଭି ୧୧ ନାୟକଗୁଡା ଗାଁରେ ।

ସରକାରୀ ଜମିରୁ ଦୋକାନ ନଭାଙ୍ଗିବାରୁ ସାମାଜିକ ବାସନ୍ଦ କଲା ଗାଁ କମିଟି । ନିସଙ୍ଗ ଜୀବନ ବିତାଉଛନ୍ତି ୪ଟି ପରିବାର । ନବରଙ୍ଗପୁର ଉମରକୋଟ ବ୍ଲକ ୟୁଭି ୧୧ ନାୟକଗୁଡା ଗାଁର ସୀମାରେ ଥିବା ସରକାରୀ ଜମିରେ ଦୋକାନ କରି ପେଟ ପୋଷୁଛନ୍ତି କିଛି ବ୍ୟକ୍ତି । ବାସନ୍ଦ ପରିବାର ମଧ୍ୟ ଦୋକାନ କରି ଚଳୁଥିଲେ । କିନ୍ତୁ ହଠାତ ଚାରି ମାସ ତଳେ ଜାଗା ଛାଡିବାକୁ ଗ୍ରାମବାସୀ ତାଗିଦ୍ କରିଥିଲେ । ହେଲେ ସରକାରୀ ଜାଗା ଖାଲି ନକରିବାରୁ ଗ୍ରାମବାସୀ ଏମାନଙ୍କ ଦୋକାନ ଭାଙ୍ଗି ଦେଇଛନ୍ତି । ଏନେଇ କ୍ଷତିଗ୍ରସ୍ତ ପରିବାର ଥାନାରେ ଏତଲା ଦେବାରୁ ନିଆଁ-ପାଣି ବାସନ୍ଦ କରିଛି ଗାଁ କମିଟି ।

୪ଟି ପରିବାରକୁ ସରକାରୀ ଜମିରୁ ଉଚ୍ଚେଦ କରିବା କଥା ସ୍ୱୀକାର କରିଛନ୍ତି ନାୟକଗୁଡା ଗାଁ କମିଟି ସଭାପତି । ହେଲେ ସାମାଜିକ ବାସନ୍ଦ କରିବା ପ୍ରଥାକୁ ଚତୁରତାର ସହ ଏଡାଇ ଯିବାକୁ ଚେଷ୍ଟା କରିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଉମରକୋଟ ତହସିଲଦାର କହିଛନ୍ତି ସରକାରୀ ଜମିକୁ ନେଇ ନେଇ ବିବାଦ ଉପୁଜିଛି । ଆସନ୍ତା ୧୦ ତାରିଖରେ ଉଭୟ ପକ୍ଷରୁ ଆଲୋଚନା ପାଇଁ ଡକାଯାଇଥିବା ତହସିଲଦାର କହିଛନ୍ତି ।

ଆଜିର ଏହି ଡିଜିଟାଲ ଯୁଗରେ ବାସନ୍ଦ ଭଳି କୁତ୍ସିତ ପରମ୍ପରା ଯୋଗୁଁ ୪ଟି ପରିବାରର ବୟସ୍କ ଓ ପିଲାଛୁଆ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe