କନକ ବ୍ୟୁରୋ : ହୋଟେଲରେ ବସିବାକୁ ନେଇ ତୁମୁଳକାଣ୍ଡ । ରାଜଧାନୀ ସ୍ଥିତ ଏକାମ୍ର ହୋଟେଲରେ ଘଟିଛି ଏହି ଅଭାବନୀୟ ଘଟଣା । ସାମାନ୍ୟ କଥାକୁ ନେଇ ଭାଙ୍ଗିଲା ଟେବୁଲ, ଉଡିଲା ଚେୟାର । ପେଟପୂଜା ନାମକ ହୋଟେଲରେ ବସିବାକୁ ନେଇ ଦୁଇ ଗ୍ରାହକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଆଉ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ ଖାଇବା ସମୟରେ ଗୋଡରେ ଚେୟାର ବାଜି ଯିବାରୁ ଉତ୍ୟକ୍ତ ହୋଇଯାଇଥିଲେ ଜଣେ ଯୁବକ । ଏହି କଥାକୁ ନେଇ ରାଗିଯାଇ ସମସ୍ତଙ୍କ ସାମ୍ନାରେ ଅନ୍ୟ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗଣ୍ଡଗୋଳ କରିଥିବା ଯୁବକ ଝାରପଡା ଅଞ୍ଚଳର ପ୍ରଭାତ କୁମାର ମାର୍ଥା ବୋଲି ପୁଲିସ ଚିହ୍ନଟ କରିଛି । ମାଡଖାଇଥିବା ଯୁବକଙ୍କ ଅଭିଯୋଗ ଆଧାରରେ ଏବେ ପୁଲିସ ତଦନ୍ତ ଚଲାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/vlcsnap-2023-04-24-11h51m30s021.jpg)