କନକ ବ୍ୟୁରୋ: କେବିଏନ ଗ୍ରୁପର ଭାଇରାଲ ଭିଡ଼ିଓ ଘଟଣା । ପତିଆରା ଜାହିର କରିବାକୁ ଭିଡ଼ିଓ ଭାଇରାଲ କରୁଥିଲେ ଏହି ଟିମ୍ । ଲୋକଙ୍କୁ ଗ୍ୟାଙ୍ଗର ପରିଚୟ ଦେଇ ଭୟ ସୃଷ୍ଟି କରୁଥିଲେ ଏହି ଗ୍ରୁପ୍ । ରିମାଣ୍ଡର ଦ୍ୱିତୀୟ ଦିନରେ କେବିଏନ ଗ୍ରୁପ୍ର ୫ଜଣ ସଦସ୍ୟଙ୍କୁ ଜେରା ବେଳେ ପୋଲିସକୁ ଏହି ତଥ୍ୟ ମିଳିଛି । ଖଣ୍ଡା ଓ ମାରଣାସ୍ତ୍ର ସହ ଖେଳନା ବନ୍ଧୁକ ଜବତ ହୋଇଛି ।

Advertisment

ବିଭିନ୍ନ ମାରଣାସ୍ତ୍ର, ବନ୍ଧୁକ କେଉଁଠାରୁ ଆଣୁଥିଲେ ସେ ନେଇ ପଚରା ଉଚରା କରୁଛି ପୋଲିସ । ଏହି ସବୁ ମାରଣାସ୍ତ୍ର ସେମାନଙ୍କୁ କିଏ ଯୋଗାଉଥିଲା ତାକୁ ନେଇ ଛାନଭିନ୍ କରୁଛି ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୁବୁ ଓ ଅନ୍ୟ ଫେରାର ଅଛନ୍ତି । ଏଥିରେ ସଂମ୍ପୃକ୍ତ ଥିବା ଅନ୍ୟ ମାନଙ୍କ ଘରେ ରେଡ କରାଯିବା ସହ ମାରଣାସ୍ତ୍ର ଜବତ କରାଯିବ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ।