କନକ ବ୍ୟୁରୋ: ଲାଞ୍ଚନେଇ ହଟହଟା ହେଲେ ଅବକାରୀ ବିଭାଗ ଅଧିକାରୀ । କେନ୍ଦୁଝର ବଡବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଏଏସଆଇ ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଡବିଲ ଅବକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ଏଏସଆଇ ମହୁଲି ମଦ ପ୍ରସ୍ତୁତ କରୁଥିବା ଜଣେ ଭାଟି ମାଲିକଙ୍କ ଠାରୁ ଲାଞ୍ଚ ନେଇଥିବା କୁହାଯାଉଛି । ଭିଡିିଓରେ ମହିଳା ଏଏସଆଇ ଜଣଙ୍କ ଟଙ୍କା ଗଣୁଥିବା ବେଳେ ପାଖରେ ମହୁଲି ଭାଟିର ଜଣେ କର୍ମଚାରୀ ଠିଆ ହୋଇଛନ୍ତି । ଭିଡିଓ ଭାଇରାଲ ହେବା ପରେ ଅବକାରୀ ବିଭାଗ ଖୋଳତାଡ ଆରମ୍ଭ କରିଛି । ଏନେଇ ଅବକାରୀ ଅଧିକ୍ଷକ ନାରାୟଣ ମେହେର କହିଛନ୍ତି ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଲାଞ୍ଚନେଲେ, ହଟହଟା ହେଲେ ଅବକାରୀ ବିଭାଗ ଅଧିକାରୀ। ମଦଭାଟି ମାଲିକଙ୍କ ଠାରୁ ଟଙ୍କା ନେବା ଭିଡିଓ ଭାଇରାଲ।
/kanak/media/post_attachments/wp-content/uploads/2022/11/vlcsnap-2022-11-16-18h18m12s526.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)