ସାମ୍ନାକୁ ଆସିଲା ମଣିପୁର ଲଜ୍ଜା ଘଟଣାର ବଡ଼ ତଥ୍ୟ । ଦୁଇ ପୀଡ଼ିତାଙ୍କ ମଧ୍ୟରେ ଥିଲେ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନି

ସାମ୍ନାକୁ ଆସିଲା ମଣିପୁର ଲଜ୍ଜା ଘଟଣାର ବଡ଼ ତଥ୍ୟ । ଦୁଇ ପୀଡ଼ିତାଙ୍କ ମଧ୍ୟରେ ଥିଲେ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନି

କନକ ବ୍ୟୁରୋ : ମଣିପୁର ହିଂସାରେ ଯେଉଁ ଲଜ୍ଜାଜନକ ଖବର ସାରା ଦେଶକୁ ଦୋହଲାଇ ଦେଇଛି, ତାର ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗଣଦୁସ୍କର୍ମ ପରେ ନିବସ୍ତ୍ର କରି ବୁଲାଇଯାଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ସେନ÷କଙ୍କ ପତ୍ନି । ଯେଉଁ ସୈନିକ ୧୯୯୯ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢି ଜୀବନ ଦେଇଥିଲେ । ଏହି ଘଟଣାର ୬୩ ଦିନ ପରେ ଗୁରୁବାର ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ମେ ୪ ତାରିଖ ଘଟିଥିବା ଏହି ଦୁର୍ଭ୍ୟାଗ୍ୟଜନକ ଘଟଣାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତମାନେ ୨ ପରିବାରର ୫ ଜଣଙ୍କୁ ପୁଲିସ ସୁରକ୍ଷା ବଳୟ ଭିତରୁ ଉଠାଇ ନେଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ପୀଡିତା ଥିଲେ । ରାଜ୍ୟରେ କୁକି ଓ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ଦଙ୍ଗା ହୋଇଥିଲା ।

ପୁଲିସ ସୂଚନା ମୁତାବକ, ମେ ୪ ତାରିଖରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହଂସା ହେବାରୁ ୨ ପରିବାରର ୫ ଜଣ ଜୀବନ ବଂଚାଇବାକୁ ଜଙ୍ଗଲ ଆଡକୁ ଦୌଡିଥିଲେ । ପ୍ରାୟ ୧ ହଜାରରୁ ଅଧିକ ହିଂସାକାରୀ ସେମାନଙ୍କୁ ପିଛା କରିଥିଲେ । ଆଉ ସେମାନେ ଯାଇ ନିକଟରେ ଥିବା ଏକ ପୁଲିସ ଟିମ୍ ପାଖରେ ଶରଣ ପଶିଥିଲେ । କିନ୍ତୁ ଏକା ସାଙ୍ଗରେ ୮୦୦ରୁ ଅଧିକ ହିଂସାକାରୀ ସେଠାରେ ପହଂଚି ପୁଲିସ କବଳରୁ ସେମାନଙ୍କୁ ଜୋର ଜବରଦସ୍ତି ନେଇଆସିଥିଲେ । ଏହାପରେ ସେମାନେ ଦୁଇ ମହିଳାଙ୍କ ସହ ଗଣଦୁସ୍କର୍ମ କରିଥିଲେ । ପରେ ତାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇଥିଲେ । ଯାହାର ଭିଡିଓ ଦୁଇ ମାସ ପରେ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe