୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ: ଝାରପଡା ଜେଲରେ ବିବନ୍ ବିଶ୍ୱାଳର ଟିଆଇ ପରେଡ୍ ଶେଷ । ଅଭିଯୁକ୍ତକୁ ଚିହ୍ନିଲେ ପୀଡିତା ।

557

କନକ ବ୍ୟୁରୋ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଟିଆଇ ପରେଡରେ ଚିହ୍ନିଲେ ପୀଡିତା । ଝାରପଡା ଜେଲରେ ହୋଇଥିବା ଟିଆଇ ପରେଡରେ ପୀଡିତା ଜଣକ ଅଭିଯୁକ୍ତକୁ ଚିହ୍ନିଥିବା ନେଇ ସୂଚନା ମିଳିଛି । ତେବେ ଖୁବ ସହଜରେ ପୀଡିତା ୨୨ ବର୍ଷ ତଳର ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଟିଆଇ ପରେଡରେ ଯାହା ହୋଇଛି ତାହା କୋର୍ଟରେ ଜଣାପଡିବ ବୋଲି ପୀଡିତା ଜଣକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ଆଜି ମାଜିଷ୍ଟ୍ରେଟଙ୍କ ସହ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟ ଅଭିଯୁକ୍ତର ଜେଲରେ ଟିଆଇ ପରେଡ କରାଯାଇଥିଲା । ଟିଆଇ ପରେଡ ପାଇଁ ସିବିଆଇର ମଙ୍ଗଳବାର ଆବେଦନ କରିବା ପରେ ସିବିଆଇ ସ୍ପେଶାଲ ଜଜ୍ ଆଜି ଟିଆ ପରେଡ କରିବା ପାଇଁ ଅନୁମତି ଦେଇଥିଲେ । ଅନ୍ୟପଟେ ଟିଆଇ ପରେଡ୍ ପରେ ବିବନ ବିଶ୍ୱାଳଙ୍କୁ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ୪ ଓ ୫ ତାରିଖରେ ଦୁଇ ଦିନ ଧରି ବିବନକୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।

କିଛି ଦିନ ତଳେ ୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା ମୁଖ୍ୟ ବିବନ ବିଶ୍ୱାଳଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ କମିଶନରେଟ୍ ପୁଲିସ ମୁମ୍ବାଇରୁ ମୁଖ୍ୟ ଅଭିଯୁକ୍ତକୁ ଧରିଥିଲା । ବିବନ ବିଶ୍ୱାଳ ସେଠାରେ ନାମ ଗୋପନ ରଖି ଅନ୍ୟ ଏକ ନାଁରେ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା । ଘଟଣାର ୨୨ ବର୍ଷ ପରେ ବିବନ ବିଶ୍ୱାଳ ଗିରଫ ହୋଇଥିଲା ।