ସାଇବର ଠକ ଜାଲରେ ଫସିଗଲେ ପଶୁ ଡାକ୍ତର । ଘରେ ଏଟିଏମ୍ ଥିବା ବେଳେ ଗତ ଡିସେମ୍ବରରୁ ଆକାଉଣ୍ଟରୁ ଉଠୁଛି ଟଙ୍କା ।

370

କନକ ବ୍ୟୁରୋ: ମାତିଛନ୍ତି ସାଇବର ଲୁଟେରା । ସାଇବର ଠକଙ୍କ ଟାଗେର୍ଟର ଶିକାର ହେଲେ ପଶୁ ଡାକ୍ତର । କେନ୍ଦ୍ରାପଡ଼ାର ହୁହୁରିଆ ନୟନ ବିହାରରେ ରହୁଥିବା ପଶୁ ଡାକ୍ତର ଜିତାନ୍ସୁ ଶେଖର ମହାନ୍ତି ଓ ତାଙ୍କ ପତ୍ନୀ ସଂଗୀତା ମହାନ୍ତିଙ୍କ ଆକାଉଂଟରୁ ଗାଏବ ହୋଇଗଲା ୯ଲକ୍ଷ ୬୬ ହଜାର ଟଙ୍କା । ସୂଚନା ମୁତାବକ ଘର କରିବା ପାଇଁ ଦୁହିଁଙ୍କ ଆକାଉଂଟରୁ ଋଣ କରାଯାଇଥିଲା ।

ଡିସେମ୍ବର ୨୦୨୦ ମସିହାରୁ ଲୁଟେରା ଏହି ଆକାଉଂଟରୁ ଟଙ୍କା ଉଠାଉଥିଲେ ବି ଜାଣି ପାରିନଥିରେ ଡାକ୍ତର ଜିତାନ୍ସୁ ଓ ତାଙ୍କ ପତ୍ନୀ । ଗତ ଶନିବାର ଦିନ ଆକାଉଂଟରୁ ବାରମ୍ବାର ଟଙ୍କା କଟିବାର ମେସେଜ ଆସିବାରୁ ସେ ଏଟିଏମ୍କୁ ବ୍ଲକ କରି ଦେଇଥିଲେ । ଏହା ପରେ ଆକାଉଂଟ ଚେକ କରିବାରୁ ୯ଲକ୍ଷ ୬୬ ହଜାର ଟଙ୍କା ଗାଏବ ହୋଇସାରିଥିଲା । ଶେଷରେ ଠକାମିର ଶିକାର ହୋଇଥିବା ନେଇ ସାଇବର ଥାନରେ ଅଭିଯୋଗ କରିଥିଲେ ଏହି ଦମ୍ପତି । ବିନା ଓଟିପିରେ କିଏ ଏବଂ କେମିତି ଏହି ଆକାଉଂଟରୁ ଟଙ୍କା ଉଠାଇଛି ସେନେଇ ତଦନ୍ତ ଚଳାଇଛି ପୋଲିସ ।