ଲକଡାଉନ ଯୋଗୁ ସଂକଟରେ ଯାତ୍ରା ଜଗତ: ୨ ମାସ ହେବ ହାତ ବାନ୍ଧି ବସିଛନ୍ତି କଳାକାର; ଜୀବିକା ପାଇଁ ସରକାରଙ୍କ ପାଖରେ କଲେ ଦାବି

1,323

କନକ ବ୍ୟୁରୋ: ଯାତ୍ରା ଜଗତ ଉପରେ କରୋନା ମାଡ । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ଯାତ୍ରା କଳାକାରଙ୍କ ଉପରେ । ଦୁଇ ମାସ ହେଲା ଏହି କଳାକାର ହାତବାନ୍ଧି ବାସିଛନ୍ତି । ଯାତ୍ରା ଜଗତର ପ୍ରାୟ ୧୦ ହଜାର କଳାକାର ଜୀବିକା ହରାଇଛନ୍ତି । ଏଭଳି ସମୟରେ କିଛି ପ୍ରମୁଖ ଯାତ୍ରା କଳାକାର ଏକାଠି ହୋଇ କଳାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଦାବି ପୁରଣ ନ ହେଲେ ଆନ୍ଦୋଳନର ଧମକ ବି ଦେଇଛନ୍ତି । ରାଜ୍ୟରେ ଏବେ ଛୋଟ ବଡ ପ୍ରାୟ ୬୫ଟି ଯାତ୍ରା ପାର୍ଟି ରହିଛି । କିନ୍ତୁ କରୋନା ଯୋଗୁଁ ସବୁ ବନ୍ଦ । ଫଳରେ ଲୋକଙ୍କ ମନୋରଞ୍ଜନ କରି ହସର ଖୋରାକ ଯୋଗାଉଥିବା କଳାକାର ଦୁଇମାସ ହେଲା ହାତବାନ୍ଧି ବିସିଛି । ଏବେ ଏହି କଳାକାରମାନେ ନିଜ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ।