କିଛି ସମୟ ପରେ ଆସିବ ଭିନେଶ ଫୋଗଟଙ୍କ ମାମଲାର ରାୟ । ପ୍ୟାରିସରେ ଶୁଣାଣି କରିବେ କ୍ୟାସ

କିଛି ସମୟ ପରେ ଆସିବ ଭିନେଶ ଫୋଗଟଙ୍କ ମାମଲାର ରାୟ । ପ୍ୟାରିସରେ ଶୁଣାଣି କରିବେ କ୍ୟାସ

କନକ ବ୍ୟୁରୋ: ଭିନେଶ ଫୋଗାଟଙ୍କୁ ମିଳିବ କି ଅଲିମ୍ପିକ୍ସ ପଦକ? ନା ଆଇଓଏ ଲଗାଇଥିବା ପ୍ରତିବନ୍ଧକ ଜାରି ରହିବ। ଆଉ କିଛି ସମୟ ପରେ ଏହା ଉପରେ ଆସିବ ଫଇସଲା। ପ୍ୟାରିସରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସ ବା କ୍ୟାସ ଭାରତର ଏହି ତାରକା ରେସଲରଙ୍କ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇବେ। ଏହି ଶୁଣାଣି ଉପରେ କୋଟି କୋଟି ଭାରତୀୟଙ୍କ ରହିଛି ନଜର। ଯଦି ଶୁଣାଣି ଭିନେଶଙ୍କ ସପକ୍ଷରେ ଗଲା, ତାହେଲେ ଅଲିମ୍ପିକ୍ସରେ ଭାରତ ନାଁରେ ହେବ ଆଉ ଏକ ରୌପ୍ୟ ପଦକଲ ଆସିବ। ଧାର୍ଯ୍ୟ ଠାରୁ ଅଧିକ ଓଜନ କାରଣରୁ ଭିନେଶଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଅଗଷ୍ଟ ୭ ତାରିଖରେ ଆସିଥିବା ଏହି ନିଷ୍ପତ୍ତି ନା କେବଳ ଭାରତୀୟ ବରଂ ସୋସିଆଲ ମିଡିଆରେ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଥିଲା। ଫଳରେ ଏକ ନିଶ୍ଚିତ ପଦକରୁ ବଞ୍ଚିତ ହୋଇଥିଲେ ଭାରତୀୟ ରେସଲର। ଏହା ବିରୋଧରେ ଆବେଦନ କରିଥିଲେ ଭିନେଶ।

  • ଅଗଷ୍ଟ ୬ ତାରିଖରେ ରିଙ୍ଗକୁ ଓହ୍ଲାଇଥିଲେ ଭିନେଶ
  • ମହିଳା ୫୦ କେଜି ଫ୍ରିଷ୍ଟାଇଲ ବର୍ଗର ପ୍ରଥମ ରାଉଣ୍ଡ ଜିତିଥିଲେ ଭିନେଶ
  • ଜାପାନର ବିଶ୍ବର ଏକ ନମ୍ବର ରେସଲର ୟୁଇ ସୁସାକିଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିଲେ
  • କ୍ବାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚଙ୍କୁ ହରାଇଥିଲେ
  • ସେମିଫାଇନାଲରେ କ୍ୟୁବାର ଗୁଜମ୍ୟାନ ଲୋପେଜଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ
  • ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ଭିନେଶ
  • ଏହାସହ ଭାରତ ପାଇଁ ରୌପ୍ୟ ପଦକ ପକ୍କା କରିଥିଲେ
  • ଅଗଷ୍ଟ ୭ରେ ଫାଇନାଲ୍ ପୂର୍ବରୁ ଭିନେଶଙ୍କ ଓଜନରେ ୧୦୦ ଗ୍ରାମ ଅଧିକ ଥିଲା
  • ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ନିୟମ ଆଧାରରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe