କନକ ବ୍ୟୁରୋ: କରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭେଣ୍ଟିଲେଟର, ଆଇସିୟୁ ଆଣିଥିଲେ । ସେହି ଭେଣ୍ଟିଲେଟର, ଆଇସିୟୁ ମନିଟର ଚୋରି କରି ଘରୋଇ ହସ୍ପିଟାଲକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଓଏସଏମସି ଜେନେରାଲ ମ୍ୟାନେଜର ଚୋରି ନେଇ ଏତଲା ଦେବା ପରେ ସାମ୍ନାକୁ ଆସିଛି ଏହି ସାଂଘାତିକ ଘଟଣା । ଗୋଦାମରୁ ଭେଣ୍ଟିଲେଟର, ଆଇସିୟୁ, ମେଡିକାଲ ଉପକରଣ ଚୋରି ହେଉଥିବାର ଅଭିଯୋଗ ପରେ ତଦନ୍ତ କରି ୬ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ଗୋପାଳପୁରରେ ଥିବା ରୁଦ୍ର ହସ୍ପିଟାଲ, ଚାଉଳିଆଗଞ୍ଜରେ ଥିବା ମୀରା ଓ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଏହି ସାମଗ୍ରୀ ବିକ୍ରି ହୋଇଥିବା ପୋଲିସ କହିଛି ।
ଭୁବନେଶ୍ୱରର ଆଦିବାସୀ ପଡିଆ ପାଖରେ ଥିବା ଏହି ସରକାରୀ ହଷ୍ଟେଲରେ ରହିଥିଲା ମେଡିକାଲ ଉପକରଣ । ଏହିଠାରୁ ବିଭିନ୍ନ କୋଭିଡ ହସ୍ପିଟାଲକୁ ଚିକିତ୍ସା ଉପକରଣ ପଠାଯାଉଥିଲା । ସିକ୍ୟୁରିଟି ଗାର୍ଡଙ୍କ ସୁରକ୍ଷାରେ ଥିବା ଏହି ଗୋଦାମ ଉପରେ ସ୍ୱାସ୍ଥ୍ୟ ବିଭାଗ ବି ନଜର ରଖିଥିଲା । କିନ୍ତୁ ସଭିଙ୍କୁ ଚକମା ଦେଇ ଚୋରି ହୋଇଚାଲିଥିଲା ମେଡିକାଲ ଉପକରଣ । ଏହି ଘଟଣାରେ ଦୁଇ ଘରୋଇ ଡାକ୍ତରଖାନାର ମାଲିକ ଗିରଫ ହୋଇଥିବାବେଳେ ଅନ୍ୟ ଏକ ଡାକ୍ତରଖାନାର ମାଲିକ ଫେରାର ଅଛନ୍ତି । କଳାବଜାରୀ ପଛରେ କିଏ କିଏ ସଂପୃକ୍ତ ଅଛନ୍ତି ତାର ଖୋଲତାଡ କରୁଛି କମିଶନରେଟ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/pjimage-37.jpg)