କନକ ବ୍ୟୁରୋ : ରାସ୍ତା ଛାଡ଼ି ଦୋକାନ ଘର ଭିତରକୁ ପଶିଗଲା ସରକାରୀ ବସ୍ । ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ । ଜୟପୁର ରଣ୍ଡାପାଲି ଗାଁରେ ଏଭଳି ଅଘଟଣ ଘଟିଛି । ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦୋକାନ ଘର ଭିତରକୁ ପଶିଯାଇଥିଲା ବସ୍ । କେହି କିଛି ବୁଝିବା ଆଗରୁ ସବୁ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ବସର ସାମ୍ନାପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବସର ଆଗ ଚକ ବାହାରିପଡ଼ିଥିଲା । ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ଫେରୁଥିଲା ଏହି ବସ୍ । ହେଲେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିଲା ।
ରାସ୍ତା ଛାଡ଼ି ଦୋକାନ ଘରକୁ ମାଡିଗଲା ଗାଡି । ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ
/kanak/media/post_attachments/wp-content/uploads/2023/11/19-4.jpg)