କନକ ବ୍ୟୁରୋ: ପାପଡାହାଣ୍ଡି ନିକଟ ଝିଟୁକୁଗୁଡା ଠାରେ ଓଲଟିଲା ପିକଅପ ଭ୍ୟାନ । ଭାରସାମ୍ୟ ହରାଇ ଗାଡି ଓଲଟିଯିବା ଫଳରେ ୨୫ରୁ ଅଧିକ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ଅଛନ୍ତି । ଗାଡିରେ ୪୦ରୁ ଅଧିକ ଲୋକ ଥିଲେ । ସମସ୍ତେ ବିବାହ ଭୋଜି ଖାଇ ସେମାନେ ଘରକୁ ଫେରୁଥିଲେ । ସମସ୍ତେ କୋଶାମୁଗୁଡା ବ୍ଲକ ପଣ୍ଡୁଗୁଡାରୁ ପାପଡାହାଣ୍ଡି ବ୍ଲକ ତୁମ୍ବୁର୍ଲା ଗାଁ ଆସିଥିଲେ ଆଉ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
ବିବାହ ଭୋଜିକୁ ଆସି ଫେରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ । ୨୫ରୁ ଅଧିକ ଆହତ, ୧୦ ଗୁରୁତର
/kanak/media/post_attachments/wp-content/uploads/2022/04/vlcsnap-2022-04-24-21h43m26s171.png)