କନକ ବ୍ୟୁରୋ : ଦେବଗଡରୁ ଆସିଛି ଏକ ବଡ ଦୁର୍ଘଟଣାର ଖବର । ଦେବଗଡ କଟାସର ଘାଟିରେ ଏକ ଭ୍ୟାନ୍ ଓଲଟିପଡିଥିବା ଖବର ସାମ୍ନାକୁ ଆସିଛି । ଏହି ଭ୍ୟାନରେ ଏକାଧିକ ଯାତ୍ରୀ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ଦେବଗଡ କଟାସର ଘାଟିରେ ଭ୍ୟାନଟି ଓଲଟିପଡିଛି ।

Advertisment

ତେବେ ଘାଟିକୁ ଭ୍ୟାନ୍ ଓଲଟି ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ୧୭ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ଛତାବର ଓ ଛେଣ୍ଡିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସୂଚନାରୁ ଜଣାପଡିଛି କି ଏକ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ରିଆମାଳ ତିଳେଇପଶିରୁ ପରଜଙ୍ଗ ଆସୁଥିଲା ଭ୍ୟାନ । ଆଉ ବାଟରେ ଘାଟିରେ ଓଲଟିପଡିଛି ଭ୍ୟାନ୍