କ’ଣ ଆପଣଙ୍କ ପାଖରେ ଅଛି କି ଏଭଳି ୧୦ ଟଙ୍କିଆ ନୋଟ୍ । ତେବେ ଆଜି ହିଁ ଏହାକୁ ବଦଳାଇ ନିଅନ୍ତୁ ୨୫ ହଜାର ଟଙ୍କା

7,421

 କନକ ବ୍ୟୁରୋ : ଯଦି ଆପଣଙ୍କ ପାଖରେ ପୁରୁଣା ୧୦ ଟଙ୍କିଆ ନୋଟ୍ ରହିଛି ତେବେ ଆପଣ ଘରେ ବସି ବି ରୋଜଗାର କରିପାରିବେ । ଗୋଟିଏ ୧୦ ଟଙ୍କିଆ ନୋଟ୍ ବଦଳରେ ଆପଣଙ୍କୁ ମିଳିପାରେ ୨୦ ରୁ ୨୫ ହଜାର ଟଙ୍କା । ବଡକଥା ଏହା ଯେ ଆପଣ ଏହି ନୋଟ୍ କୁ ଅନଲାଇନ ମାଧ୍ୟମରେ ବି ବଦଳାଇ ପାରିବେ ।
କରୋନା ସଂକଟ ସମୟରେ ଆପଣଙ୍କୁ ରୋଜଗାରର ଆବଶ୍ୟକତା ନିଶ୍ଚିତ ରହିଛି । ଏହି ସମୟରେ ଆପଣ ଯଦି ଘରେ ବସି ୨୫ ହଜାର ରୋଜଗାର କରିବାର ସୁଯୋଗ ପାଉଛନ୍ତି ତାହେଲେ ଆପଣ କେବେ ଏହି ସୁଯୋଗକୁ ହାତଛଡା କରିବାକୁ ଚାହିଁବେ ନାହିଁ । ଏଥିପାଇଁ ଅପାଣଙ୍କୁ ବହୁତ କିଛି କରିବାର ଆବଶ୍ୟକତା ନାହିଁ । ଆପଣଙ୍କ ପାଖରେ କେବଳ ଗୋଟିଏ ପୁରୁଣା ୧୦ ଟଙ୍କିଆ ନୋଟ୍ ରହିଥିବା ଜରୁରୀ । ଯାହା ମାଧ୍ୟମରେ ଆପଣ ୨୫ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରିବେ ।
ଆସନ୍ତୁ ଜାଣିବା କିଭଳି କରିବେ ଏହି ରୋଜଗାର ।
ଆଜିକାଲି ସବୁ ସ୍ଥାନରେ ନୂଆ ନୋଟର କାରବାର ଚାଲିଛି । ମାତ୍ର ପୁରୁଣା ନୋଟ୍ ବଜାରରୁ ଗାଏବ ହେବାରେ ଲାଗିଛି । ହେଲେ ଆପଣଙ୍କ ପାଖରେ ଯଦି ପୁରୁଣା ୧୦ ଟଙ୍କିଆ ନୋଟ ରହିଛି ତେବେ ଆପଣ ମାଲେ ମାଲ୍ ହେବାର ସୁଯୋଗ ରହିଛି । ଆମେ ଯେଉଁ ୧୦ ଟଙ୍କିଆ ନୋଟ୍ କଥା କହୁଛୁ ତାହା ଅଳ୍ପକିଛି ବର୍ଷ ପୂର୍ବରୁ ଭାରତରେ ପ୍ରଚଳିତ ହେଉଥିଲା ।
କହିରଖୁ କି ବ୍ରିଟିସ୍ ମାନେ ଭାରତରେ ଏଭଳି କିଛି ନୋଟର ଚଳାଇଥିଲେ ଏବେ ତାହା ବାବଦରେ କିଛି ସୁରାକ ମିଳିବା କଷ୍ଟକର । ପ୍ରଥମେ ୧୦ ଟଙ୍କିଆ ନୋଟରେ ଅଶୋକ ସ୍ତମ୍ବ ରହିଥିଲା । ସିଂହର ୩ ଟି ମୁହଁ ଥିବା ନୋଟ୍ ଏବେ ଦୁଲ୍ଲର୍ଭ । ମାତ୍ର ଯଦି ଆପଣଙ୍କ ପାଖରେ ଏଭଳି ନୋଟ୍ ରହିଛି ତେବେ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ଏଭଳି ନୋଟ ରହିଛି ତେବେ ଗୋଟିଏ ନୋଟ ବଦଳରେ ଆପଣଙ୍କୁ ୨୦ ରୁ ୨୫ ହଜାର ଟଙ୍କା ମିଳିପାରିବ । ଏହାକୁ ବି ଆପଣ ଘରେ ବସି ଅନଲାଇନ୍ ମାଧ୍ୟମରେ ବିକ୍ରି କରିପାରିବେ ।
ଏହି ନୋଟକୁ ଆପଣ ଇଣ୍ଡିଆମାର୍ଟ, ସପକ୍ଲ୍ୟୁଜ୍, କିମ୍ବା ମରୁଘର ଆର୍ଟସ ଭଳି କମ୍ପାନୀର ୱେବସାଇଟ୍ କୁ ଯାଇ ଏହାକୁ ବିକ୍ରି କରିପାରିବେ । କହିରଖୁ କି ୧୯୪୩ ମସିହାରେ ବ୍ରିଟିସ୍ ସରକାର ଭାରତରେ ଏହି ନୋଟର ପ୍ରଚଳନ କରିଥିଲେ । ଏହି ନୋଟରେ ଭାରତୀୟ ସି.ଡି ଦେଶମୁଖଙ୍କର ହସ୍ତାକ୍ଷର ରହିଛି । ୧୦ ଟଙ୍କିଆ ଏହି ପୁରୁଣା ନୋଟରେ ଗୋଟିଏ ପଟେ ଅଶୋକ ସ୍ତମ୍ବ, ଓ ଅନ୍ୟ ପାଶ୍ୱରେ ଏକ ଡଙ୍ଗା ଚିତ୍ର ରହିଛି । ଏହା ସହ ନୋଟର ପଛପଟେ ଇଂଗ୍ରାଜୀରେ ୨ ଥର ଟେନ୍ ରୁପିଜ୍ ବୋଲି ଲେଖା ରହିଛି ।