ଭୁବନେଶ୍ୱରରେ ତିଆରି ହେବ କୋଭିଡ୍ ଟିକା । ୩୦୦ କୋଟି ଟଙ୍କା ବ୍ୟୟରେ ଅନ୍ଧାରୁଆ ଠାରେ ଭାରତ ବାୟୋଟେକ୍ ପ୍ରତିଷ୍ଠା କରିବ ୟୁନିଟ୍ 

Advertisment
ଭୁବନେଶ୍ୱରରେ ତିଆରି ହେବ କୋଭିଡ୍ ଟିକା । ୩୦୦ କୋଟି ଟଙ୍କା ବ୍ୟୟରେ ଅନ୍ଧାରୁଆ ଠାରେ ଭାରତ ବାୟୋଟେକ୍ ପ୍ରତିଷ୍ଠା କରିବ ୟୁନିଟ୍ 

କନକ ବ୍ୟୁରୋ : ସମଗ୍ର ବିଶ୍ୱର ଜନତା କରୋନା ଟିକା ଓ ଔଷଧ ପାଇଁ ଅପେକ୍ଷା କରିଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟରେ କରୋନା ଟିକା ଉତ୍ପାଦନ ହେବ। ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିଃ ଏହି ଟିକାକୁ ଉତ୍ପାଦନ କରିବ। କମ୍ପାନି ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ଅନ୍ଧାରୁଆରେ ଏକ ଟିକା ପ୍ରସ୍ତୁତିକରଣ କାରଖାନା ନିର୍ମାଣ କରିବ । ଖୁବ୍ ଶୀଘ୍ର କାରଖାନାର ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥି ପାଇଁ ଭାରତ ବାୟୋ ଟେକ୍  ୩୦୦ କୋଟି ଟଙ୍କାର ପୁଂଜି ନିବେଶ କରିବ । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି।

ରାଜ୍ୟରେ ଆଜି ପୁଣି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ‌ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୮୬୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୬୨୭ ଜଣ। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୩ ହଜାର ୫୩୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩୭୮୯ ଜଣ ଆକ୍ରାନ୍ତ। ରାଜ୍ୟରେ ଏପର୍ୟ୍ୟନ୍ତ ୧୩୯୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ଚୀନରେ ଗତ ବର୍ଷ ଡିସେମ୍ବର ମାସରେ ଦେଖାଯାଇଥିଲା। ଏହାରି ମଧ୍ୟରେ ଆଉ କିଛି ଦିନ ପରେ ଏହି ମହାମାରୀ ବ୍ୟାପିବାକୁ ପ୍ରାୟ ଏକ ବର୍ଷ ପୂରିବ। କରୋନା ଟିକା ଓ ଔଷଧ ପାଇଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ଦିନ ରାତି ପରିଶ୍ରମ କରୁଛନ୍ତି। ଟିକାପାଇଁ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା କାମ କରୁଛନ୍ତି। ବିଗତ ୧୧ ମାସ ମଧ୍ୟରେ ବିଶ୍ୱରେ କରୋନା ଯୋଗୁଁ ପ୍ରାୟ ୫ କୋଟି ଲୋକ ଆକ୍ରାନ୍ତ ହୋଇସାରିଥିବା ବେଳେ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ କରୋନା ଯୋଗୁଁ ୮୪ ଲକ୍ଷ ୧୧ ହଜାର ୭୨୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ସେହିଭଳି ୧ ଲକ୍ଷ ୨୪ ହଜାର ୯୮୫ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe