ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।

Advertisment
ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ : ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସବୁ ମ୍ୟୁନିସିପାଲ କମିଶନରଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମୀଙ୍କୁ ଛାଡି ଅନ୍ୟ ଟିକାଦାତା ଚିହ୍ନଟ କରିବାକୁ ନିର୍ଦ୍ଦେଶ । ସେମାନେ ଯେପରି ଉପଯୁକ୍ତ ତାଲିମ ପାଇଥିବେ ଧ୍ୟାନ ରଖାଯିବ । ଟିକା ଦିଆଯିବାକୁ ଥିବା ଅନୁଷ୍ଠାନରେ ଜଣେ ନୋଡାଲ ଅଫିସର ରହିବେ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକା ଦିଆଯାଇଛି । ଏହି ଟିକାକରଣ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ହୋଇଥିଲା । ଫେବୃଆରୀ ୬ ତାରିଖରୁ ପୁଣି ଟିକାରଣ ଆରମ୍ଭ ହେବ । ଏଥିରେ ସମ୍ମୁଖ ଯୋଦ୍ଧାଙ୍କୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe