କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା ।

96

କନକ ବ୍ୟୁରୋ : କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । କରୋନା ଟିକାକରଣ ବାଧ୍ୟତାମୂଳକ ନୁହେଁ । ନିଜକୁ ସୁରକ୍ଷିତ ରଖିବା ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଟିକା ନେବା ଉଚିତ ।

ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ପରେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଟିକା ଦିଆଯିବ । ଅନ୍ୟ ଟିକା ଭଳି ଏହି ୨ ଟିକା କାର୍ଯ୍ୟକ୍ଷମ । ବିଶ୍ୱର ପ୍ରତିଟି ଟିକା ସହ କୋଭିସିଲ୍ଡ ଓ କୋଭାକ୍ସିନ ସମାନ । କୋଭିଡ ଟିକା ଖୁବ କମ ଦିନରେ ପ୍ରସ୍ତୁତ ହୋଇଥିବା କହିଛନ୍ତି ବିଶେଷଜ୍ଞ ଡାକ୍ତରା ସେପଟେ ଭ୍ୟାକସିନ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।