କନକ ବ୍ୟୁରୋ: ବେଆଇନ କଫ ସିରପ୍ କାରବାର ରୋକିବାକୁ ନୂଆ ପ୍ଲାନ । ନାଇଟ୍ କୋଚ ବସ ସହ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ହେବ ଯାଂଚ । ଏନେଇ ଡ୍ରଗ୍ସ ଇନସପେକ୍ଟର ସୂଚନା ଦେଇଛନ୍ତି । ପାର୍ବଣ ପୂର୍ବରୁ ନିଶା କାରବାର ରୋକିବାକୁ ଏଭଳି ପନ୍ଥା ଆପଣାଯାଇଛି । ଚଢାଉ ପାଇଁ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ନେଇ ଭୁବନେଶ୍ୱର ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗତକାଲି ରବିଟକିଜ ଛକରୁ ବହୁ ପରିମାଣରେ କଫ ସିରପ୍ ଜବତ ହୋଇଥିଲା । ଗିରଫ ଅଭିଯୁକ୍ତ ଠାରୁ ଏହି କାରବାର ପଛରେ ଥିବା ମାଷ୍ଟରମାଇଣ୍ଡ ବିଷୟରେ ସୂଚନା ମଳିଛି । ଗନ୍ଧ ହେଉନଥିବାରୁ ଯୁବପିଢି ଏବଂ ସମ୍ଭ୍ରାନ୍ତ ପରିବାର ପିଲା ଏହାକୁ ସେବନ କରୁଛନ୍ତି ।