ବିଧାନସଭାରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍ । ମନ୍ତ୍ରୀ କହିଲେ ନିରେପକ୍ଷତା ଓ ସ୍ୱଚ୍ଛତା ଭିତିରେ ହେବ ଭିସି ଚୟନ । ବିରୋଧୀ କହିଲେ କଳା ଆଇନ ଓ କଳା ଦିବସ ।

104

କନକ ବ୍ୟୁରୋ : ବହୁ ହଟ୍ଟଗୋଳ ପରେ ବିଧାନସଭାରେ ପାରିତ ହେଲା ରାଜ୍ୟ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍ । ଏନେଇ ବିଜେପି ଓ କଂଗ୍ରେସର ବିଧାୟକ ମାନେ ବାରମ୍ବାର ହଟ୍ଟଗୋଳ କରିବା ସହ ଏହି ବିଲ୍ ପାରିତ ହେଲେ ବିଶ୍ୱ ବିଦ୍ୟାଳୟ ଗୋଡିକରେ ଶାସକ ଦଳର ପ୍ରାର୍ଦୁଭାବ ବଢିବ ବୋଲି ବିରୋଧୀ ମାନେ ଅଭିଯୋଗ କରିଥିଲେ । ହେଲେ ହେଲେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଧ୍ୱନୀମତ ସହାୟତାରେ ଏହି ବିଲକୁ ପାରିତ କରିନେଇଛନ୍ତି ।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଉତର ଦେଇ ଶ୍ରୀ ସାହୁ କହିଛନ୍ତି କି କେନ୍ଦ୍ର ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟରେ ଭିସି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ଭିନ୍ନ । ସେହି ସବୁ ରାଜ୍ୟ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ରାଜ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ଭିତରେ କୁଳପତି ଚୟନ କରାଯାଇଥାଏ ।

ବିଶ୍ୱ ବିଦ୍ୟାଳୟର ଭି.ସିଙ୍କୁ ରାଜ୍ୟପାଳ ନିଯୁକ୍ତି କରିଥାନ୍ତି । ରାଜ୍ୟପାଳ ନଭେମ୍ବର ୨୦୧୮ରେ ଅଧ୍ୟାପକ ନିଯୁକ୍ତି ଓପିଏସସି ମାଧ୍ୟମରେ କରିବାକୁ ପ୍ରସ୍ତାବ ଦେଇଥିଲେ । ସେହି ଅନୁସାରେ ରାଜ୍ୟ ସରକାର ବିଲରେ ବ୍ୟବସ୍ଥା କରିଛନ୍ତି । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା କରିବାକୁ କମିଟି ଗଠନ ହୋଇଯାଇଛି ।