ଯୁଦ୍ଧାସ୍ତ୍ର ବଦଳରେ ସ୍ୱାସ୍ଥ୍ୟ ଉପରେ ଫୋକସ କରିବ ଆମେରିକା: ମିଳିତ ଜାତିସଂଘରେ ଚୀନକୁ ପରୋକ୍ଷରେ ସମାଲୋଚନା  

98

କନକ ବ୍ୟୁରୋ: ଆମେରିକା ଏବେ ଯୁଦ୍ଧାସ୍ତ୍ର ବଦଳରେ ସ୍ୱାସ୍ଥ୍ୟ ଉପରେ ନିବେଶ କରିବ । ସ୍ୱାସ୍ଥ୍ୟ ଉପରେ ନିବେଶ କଲେ ହିଁ ଲୋକଙ୍କ ଜୀବନ ବଞ୍ଚିପାରିବ । ଆମେରିକା ରଷ୍ଟ୍ରପତି ଜୋ ବାଇଡେନ ଆଜି ମିଳିତ ଜାତିସଂଘରେ ଉଦବୋଧନ ଦେଇ ଏପରି କହିଛନ୍ତି । ଆମେରିକା ଆତଙ୍କବାଦ ବିରୋଧରେ ନିଜକୁ ଏବଂ ସହଯୋଗୀ ଦେଶକୁ ସୁରକ୍ଷା ଦିଏ ।  ଆମେରିକା ଶୀତଳ ଯୁଦ୍ଧ ଚାହେଁ ନାହିଁ । ଏଭଳି କହି ବାଇଡେନ ବେଜିଂକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।

ଆମେରିକା ସମସ୍ତ ଦେଶ ସହିତ କାମ କରିବାକୁ ଆଗ୍ରହୀ । ଆମେ ଆମ ଭୁଲରୁ ଅନେକ କିଛି ଶିଖିଛୁ ବୋଲି ମିଷ୍ଟର ପ୍ରେସିଡେଣ୍ଟ କହିଛନ୍ତିା ତେବେ ଆଫାଗାନିସ୍ତାନକୁ ନେଇ ଆମେରିକାର ନିଷ୍ପତ୍ତିକୁ ସେ ଯଥାର୍ଥ ବୋଲି ଦୋହରାଇଛନ୍ତି । ତେବେ ଆମେରିକା ୨୦୦୧ ଭଳି ସ୍ଥିତିରେ ନାହିଁ । ଆମେରିକା ଏବେ ଆତଙ୍କବାଦ ବିରୋଧରେ ଲଢିବା ପାଇଁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ସେ କହିଛନ୍ତି ।