କନକ ବ୍ୟୁରୋ: ଆମେରିକା ଏବେ ଯୁଦ୍ଧାସ୍ତ୍ର ବଦଳରେ ସ୍ୱାସ୍ଥ୍ୟ ଉପରେ ନିବେଶ କରିବ । ସ୍ୱାସ୍ଥ୍ୟ ଉପରେ ନିବେଶ କଲେ ହିଁ ଲୋକଙ୍କ ଜୀବନ ବଞ୍ଚିପାରିବ । ଆମେରିକା ରଷ୍ଟ୍ରପତି ଜୋ ବାଇଡେନ ଆଜି ମିଳିତ ଜାତିସଂଘରେ ଉଦବୋଧନ ଦେଇ ଏପରି କହିଛନ୍ତି । ଆମେରିକା ଆତଙ୍କବାଦ ବିରୋଧରେ ନିଜକୁ ଏବଂ ସହଯୋଗୀ ଦେଶକୁ ସୁରକ୍ଷା ଦିଏ । ଆମେରିକା ଶୀତଳ ଯୁଦ୍ଧ ଚାହେଁ ନାହିଁ । ଏଭଳି କହି ବାଇଡେନ ବେଜିଂକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।
ଆମେରିକା ସମସ୍ତ ଦେଶ ସହିତ କାମ କରିବାକୁ ଆଗ୍ରହୀ । ଆମେ ଆମ ଭୁଲରୁ ଅନେକ କିଛି ଶିଖିଛୁ ବୋଲି ମିଷ୍ଟର ପ୍ରେସିଡେଣ୍ଟ କହିଛନ୍ତିା ତେବେ ଆଫାଗାନିସ୍ତାନକୁ ନେଇ ଆମେରିକାର ନିଷ୍ପତ୍ତିକୁ ସେ ଯଥାର୍ଥ ବୋଲି ଦୋହରାଇଛନ୍ତି । ତେବେ ଆମେରିକା ୨୦୦୧ ଭଳି ସ୍ଥିତିରେ ନାହିଁ । ଆମେରିକା ଏବେ ଆତଙ୍କବାଦ ବିରୋଧରେ ଲଢିବା ପାଇଁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/09/33-19.jpg)