ତାଇୱାନ ସୀମାରେ ସେନା ମୂତୟନ କରୁଛି ଆମେରିକା। ଚିହିଁକି ଉଠିଲାଣି ଚୀନ, ବାଜିଲାଣି ଯୁଦ୍ଧ ଘଣ୍ଟି!

194

କନକ ବ୍ୟୁରୋ: ଗୋଟେପଟେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱରେ ଚିନ୍ତା । ଅନ୍ୟପଟେ ଚୀନ-ତାଇୱାନ ତିକ୍ତତା ଭିତରେ ନୂଆ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଖୁବଶୀଘ୍ର ତାଇୱାନ ସୀମା ନିକଟରେ ସୈନ୍ୟ ମୃତୟନ କରିବାକୁ ଯାଉଛି ଆମେରିକା । ମିଳିଥିବା ସୂଚନା ଅନୁସାରେ ଆମେରିକା ମରୀନ କପର୍ସ ୟୁନିଟ ତାଇୱାନ ସୀମା ନିକଟରେ ମୃତୟନ ହେବାକୁ ଯାଉଛି । ଏହି ୟୁନିଟ ମୁଖ୍ୟତଃ ଭାବେ ରିପୋର୍ଟ ଆଇଲ୍ୟାଣ୍ଡରେ ଲଢେଇ କରିବାରେ ସକ୍ଷମ ହୋଇଥାଏ । ସେପଟେ ଆମେରିକା ଏୟାରଫୋର୍ସର ବରିଷ୍ଠ ଅଧିକାରୀ ଏକଥାର ଆକଳନ କରିଛନ୍ତି କି ଦୁଇ ବର୍ଷର ତିକ୍ତତା ପରେ ଆଗକୁ ବଡ ଯୁଦ୍ଧ ହେବାକୁ ଯାଉଛି । ଯଦି ଆମେରିକା ପ୍ରକୃତରେ ଏହି ୟୁନିଟକୁ ମୃତୟନ କରେ ତେବେ ବେଜିଂ ଓ ୱାଶିଂଟନ ଭିତରେ ଯୁଦ୍ଧ ସମ୍ଭାବନା ରହିଛି । ସେପଟେ ଆମେରିକାର ଏହି ପଦକ୍ଷେପକୁ ନେଇ ଚିହିଁକି ଉଠିଛି ଚୀନ ।

ତାଇୱାନ ମାମଲାରେ ହସ୍ତକ୍ଷେପ ନକରିବା ପାଇଁ ଆମେରିକାକୁ ବାରମ୍ବାର ତାଗିଦ କରୁଛି ଚୀନ । ଆବଶ୍ୟକ ପଡିଲେ ଅଧିକମାତ୍ରାରେ ସେନା ସହ ଆମେରିକାକୁ ମୁକାବିଲା କରିବା ପାଇଁ ଚୀନ ପ୍ରସ୍ତୁତ ବୋଲି କହିଥିଲା । ୱାନ ଚୀନ ପଲିସିକୁ ଗମ୍ଭୀରତା ସହ ଗ୍ରହଣ କରିବାକୁ ଆମେରିକାକୁ ଅପିଲ କରିଛି ଚୀନ ।

ସେପଟେ ଚୀନର ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ତାଇୱାନ ସଜାଗ ହୋଇଛି । ତାଇୱାନ ସୀମାରେ ଚୀନ ୨୦ଟି ଲଢୁଆ ବିମାନର ଅନୁପ୍ରବେଶ କରିବା ପରେ ନିଜର ମିସାଇଲ ସିଷ୍ଟମକୁ ସକ୍ରିୟ କରିଛି ତାଇୱାନ । କେବଳ ବାୟୁସେନାରେ ଚୀନ ଅନୁପ୍ରବେଶ କରିନି ବରଂ ସୀମା ନିକଟରେ ୯ଟି ଯଦ୍ଧପୋତକୁ ମୃତୟନ ମଧ୍ୟ କରିଛି । ତାଇୱାନ ରାଷ୍ଟ୍ରପତି ସାଇ ଇଂଗ ୱେନ ସଜାଗ ରହିବାକୁ ସେନାକୁ ଆଦେଶ ଦେଇଛନ୍ତି । ଚୀନର ଲଢୁଆ ବିମାନକୁ ନଷ୍ଟ କରିବା ପାଇଁ ତାଇୱାନ ସମସ୍ତ ପ୍ରସ୍ତୁତି କରିଛି । କିଛି ଦିନ ପୂର୍ବରୁ ଜାପାନ ଆଶଙ୍କା କରିଥିଲା କି ତାଇୱାନ ଓ ଚୀନ ମଧ୍ୟରେ ସ୍ଥିତି ବିଗଡିପାରେ ଓ ଯୁଦ୍ଧ ପାଇଁ ସତର୍କ ଘଣ୍ଟି ବାଜିପାରେ ।

୩ୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ ନିଜ ସେନାକୁ ସମ୍ବୋଧିତ କରିଥିଲେ ଓ ଶତ୍ରୁଙ୍କ ସହ ଲଢିବା ପାଇଁ ସେନାକୁ ସଜାଗ ରହିବା ପାଇଁ ଅପିଲ କରିଥିଲେ । ସେବେଠୁ ତାଇୱାନ ଉପରେ ତୀକ୍ଷଣ ନଜର ରଖିଛି ଚୀନ ।