କନକ ବ୍ୟୁରୋ: ୟୁକ୍ରେନ ସଙ୍କଟ ଭିତରେ ଆଜି ଜରୁରୀ ବୈଠକ ଡକାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ନାଟୋ ଦେଶମାନଙ୍କ ସହ ବୈଠକ କରି ଆମେରିକା ଆଗକୁ କିଭଳି ୟୁକ୍ରେନ ସଙ୍କଟର ସମାଧାନ ବାହାରିବ ତା ଉପରେ ଚର୍ଚ୍ଚା କରିପାରନ୍ତି ।

Advertisment

ୟୁକ୍ରେନ-ଋଷ ସଙ୍କଟ ଭିତରେ ଚାଲିଥିବା ତାଜା ଘଟଣାକ୍ରମ ଉପରେ ଚର୍ଚ୍ଚା କରିବା ପାଇଁ ଆଜି ଗୁୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବୈଠକରେ ନାଟୋ ଦେଶ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ପୋଲାଣ୍ଡ, ରୋମାନିଆ, ବ୍ରିଟେନ ଓ ୟୁରୋପୀୟ ସଂଘର ନେତାମାନେ ଅଂଶ ଗ୍ରହଣ କରି ୟୁକ୍ରେନ ସଙ୍କଟ ଉପରେ ଚର୍ଚ୍ଚା କରିବେ । ଯୁଦ୍ଧ ଆଶଙ୍କା ଭିତରେ ଗୁରୁବାରଠୁ ୟୁକ୍ରେନ ସୀମାନ୍ତରେ ଗୁଳିଗୋଳା ବର୍ଷାକୁ ନେଇ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ ଫରୱାଡ ଅଂଚଳରେ ଗୋଳାବାରୁଦ ମାଡ ହେଉଥିବା ଜଣାପଡିଛି  । ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଉଛି ବୋଲି ୟୁକ୍ରେନ ଦାବି କରିଛି । ସୂଚନା ଅନୁସାରେ ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ଅଛି । ଗୁୁରୁବାର ଲୁହାନସ୍କା ଅଂଚଳର ଏକ ଗାଁରେ ରକେଟ ଓ ମୋର୍ଟାର ମାଡ ହେବା ଫଳରେ ବଡ ଧରଣର କ୍ଷୟକ୍ଷତି ହୋଇଥିବା କହିଛି ୟୁକ୍ରେନ୍ ।

ଏହି ଆକ୍ରମଣ ପରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଆଶଙ୍କା ପୁଣି ବୃଦ୍ଧି ପାଇଛି । ସେପଟେ ୟୁକ୍ରେନ ଉପରେ ବିପଦ ଟଳିନି ଓ କୌଣସି ମୁହୁର୍ତରେ ଋଷ ଆକ୍ରମଣ କରିପାରେ ବୋଲି ବାରମ୍ବାର ସର୍ତକ କରାଉଛି ଆମେରିକା । ମିଳିତ ଜାତିସଂଘରେ ନୂଆ ଦାବି କରିଛନ୍ତି ଆମେରିକା ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିକେନ । ସେ କହିଛନ୍ତି ଋଷିଆ ଏବେ ନୂଆ ଯୋଜନା ପ୍ରସ୍ତୁତ କରୁଛି । ଯାହା ଆଗାମୀ ଦିନରେ ବିରାଟ ବଡ ହିଂସାତ୍ମକ ଘଟଣାର ରୂପ ନେଇପାରେ । ଘଟଣାକ୍ରମରେ ଋଷ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ହେବ । ପରବର୍ତୀ ସମୟ ଏହି ଘଟଣା ପାଇଁ କ୍ରେମଲିନ ୟୁକ୍ରେନ ସରକାରଙ୍କୁ ଦାୟୀ କରିବ  । ପରେ ଋଷ, ୟୁକ୍ରେନ ଉପରେ ଡ୍ରୋନ, ରସାୟନ ଓ ବୋମା ଓ କ୍ଷେପଣାସ୍ତ୍ର  ମାଡ କରାଯିବ  ସହ ସାଇବର ଆଟାକ ହୋଇପାରେ । ସାମ୍ଭାବ୍ୟ ଯୁଦ୍ଧକୁ ନେଇ ଆମେରିକାର ଦାବି ପରେ ନାଟୋ ଦେଶଙ୍କ ସମେତ ୟୁକ୍ରେନ ବି ସମରସଜ୍ଜା ସହ ପ୍ରସ୍ତୁତ ରହିଛି  ।

ଦାବିକୁ ଖାରଜ କରି ଆସୁଛି ଋଷ । ଆମେରିକା ଯେଉଁ  ଦାବି କରୁଛି ସେଥିିରେ କୌଣସି ସତ୍ୟତା ନଥିବା କହିଛି ଋଷର ପ୍ରତିରକ୍ଷାମନ୍ତ୍ରାଳୟ । ଋଷ କହିଛି ୟୁକ୍ରେନ ସୀମାନ୍ତରୁ କ୍ରମଶ ସୈନ୍ୟ ପ୍ରତ୍ୟହାର କରୁଛି । ଯୁଦ୍ଧାଭ୍ୟାସ ପରେ ଡେଜିଷ୍ଟାନ ଓ ଚେଂଚିଆ ଅଂଚଳରୁ ସୈନ୍ୟଙ୍କୁ ପ୍ରତ୍ୟାହାର କରାଯାଉଛି । ମିଳିତ ଜାତିସଂଘରେ ଫେରାଦ ସହ ୟୁକ୍ରେନ କହିଛି କି ଋଷ ସହ ଆଲୋଚନା କରିବା ପାଇଁ ସବୁବେଳେ ୟୁକ୍ରେନ ପ୍ରସ୍ୁତ ରହିଛି ।  ମିଳିତ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନ ରାଜଦୂତ ସଗେଇ କାସ୍ଲେସିୟୋ ୟୁକ୍ରେନ ସଙ୍କଟକୁ ନେଇ ତାଜା ସୂଚନା ଦେଇଛନ୍ତି । ସେପଟେ  ସଂଯମତା ରକ୍ଷା କରିବା ସହ ଉତେଜନା ବୃଦ୍ଧି କରିବା ଭଳି କୌଣସି କାମ ନ କରିବାକୁ ଉଭୟପକ୍ଷଙ୍କୁ ପରାର୍ମଶ ଦେଉଛି ଭାରତ ।