ଚୀନ ଉପରେ କରୋନା ରାଗ ସୁଝାଇବାକୁ ଚାହିିଁ ବସିଛି ଆମେରିକା । ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଜାହାଜ ମୂତୟନ କରି ଖୋଜୁଛି ସୁଯୋଗସେପେଟେ ଟ୍ରମ୍ପ କହିଲେ, ଚୀନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ବିଶ୍ୱ

917

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ମହାମାରୀ ପ୍ରସାର ପାଇଁ ଚୀନ ଯେଉଁ ଷଡଯନ୍ତ୍ର କରିଛି, ତାକୁ ସହଜରେ ହଜମ କରିପାରୁନି ଆମେରିକା । ଏଥିପାଇଁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପୁଣି ଥରେ ଟୁଇଟ୍ କରି ଚୀନକୁ କେରୋନା ପାଇଁ ଦାୟୀ କରିଛନ୍ତି । ଏବଂ ଚୀନ ଯୋଗୁଁ ଆମେରିକା ସମତେ ସାରା ବିଶ୍ୱରେ ବହୁତ କ୍ଷତି ହୋଇଛି ବୋଲି କହିଛନ୍ତି । ଅନ୍ୟପଟେ ଟ୍ରମ୍ପଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମିଡୋଜ୍ କହିଛନ୍ତି, ଭାରତ ସହ ହେଉ କି ଅନ୍ୟ ଦେଶ ସହ ବିବାଦ ହେଲେ ଚୀନ ବିରୋଧରେ ଦୃଢ଼ ଭାବରେ ଛିଡା ହେବ ଆମେରିକା ।

ସେପଟେ ଦକ୍ଷିଣ ଚୀନ ସାଗରରେ ଆମେରିକା ତାର ଦୁଇଟ୍ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମୂତୟନ କରିଛି । ଏହି ଯୁଦ୍ଧଜାହାଜ ଚୀନକୁ ଦକ୍ଷିଣଚୀନ ସାଗରରେ ଚୀନକୁ ମାତ ଦେବାକୁ ସକ୍ଷମ । ଦୀର୍ଘ ଦିନ ହେବ ଦକ୍ଷିଣ ଚୀନ ସାଗରକୁ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରରେ ରଖିଥିବା ଚୀନକୁ ଏହା ଦ୍ୱାରା ବଡ ଝଟକା ଲାଗିିଛି । ଯଦି ଚୀନ କିଛି ବି ଭୁଲ କରେ ତେବେ ଆମେରିକା ଭାରତକୁ ସହଯୋଗ କରିବ ଓ ଚୀନ ପାନେ ପାଇବ ବୋଲି କୁହାଯାଉଛି ।