ପଦାରେ ପଡିଲା ଆମେରିକାର ଦୋମୁହାଁ ନୀତି । ୟୁକ୍ରେନକୁ ସମର୍ଥନ କରୁଛି, ଋଷଠୁ ଅଧିକ ମାତ୍ରାରେ ଆଶୋଧିତ ତେଲ କିଣୁଛି

269

କନକ ବ୍ୟୁରୋ : ଯୁଦ୍ଧ ବେଳେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶର ଦୋମୁହାଁ ନୀତି ସାମ୍ନାକୁ ଆସିଛି । ରୁଷ ପାଖରୁ ଭାରତ ନିଜର ଚାହିଦା ପୂରଣ କରିବାକୁ ଯାଇ ପୂର୍ବ ତୁଳନାରେ ଟିକିଏ ଅଧିକ ଅଶୋଧିତ ତେଲ କିଣିଛି । ଏହାକୁ ନେଇ ବିଭିନ୍ନ ଅନ୍ତର୍ଜାତୀୟ ମଂଚରେ ଭାରତର ଆଭିମୁଖ୍ୟକୁ ଆମେରିକା ଏବଂ ବିଭିନ୍ନ ଦେଶ ପ୍ରଶ୍ନ କରୁଛନ୍ତି । କିନ୍ତୁ ଅସଲରେ ଆଉ କିଛି ଜଣାପଡିଛି । ଆମେରିକା ରୁଷ ଉପରେ ଯୁଦ୍ଧ ପାଇଁ ପ୍ରତିବନ୍ଧକ ଲଗାଇଛି । ହେଲେ ଆମେରିକା ଏବେ ବି ଦ୍ୱିତୀୟ ସର୍ବ ବୃହତ ଅଶୋଧିତ ତେଲ ଉତ୍ପାଦନକାରୀ ଦେଶ ରୁଷ ପାଖରୁ ଅଧିକ ତେଲ କିଣୁଛି ।
ପୂର୍ବରୁ ଆମେରିକା କିଣୁଥିବା ଦୈନିକ ଅଶୋଧିତ ତେଲ ତୁଳନାରେ ଏବେ ୪୩ ପ୍ରତିଶତ ଅଧିକ କିଣୁଛି । ଅର୍ଥାତ୍ ଦୈନିକ ୧ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ କିଣୁଛି ଆମେରିକା । ବହୁତ କମ୍ ଦାମରେ ଏହି ତେଲ କିଣି ନିଜର ତେଲ ଭଣ୍ଡାରକୁ ପୂରଣ କରୁଛି । ଆମେରିକା ଏପରି କରି ନିଜର ତୈଳ ଭଣ୍ଡାର ପୂରଣ କରୁଛି । ଏବଂ ଅନ୍ୟ ଦେଶକୁ ବିକ୍ରି କରି ନିଜର ସ୍ୱାର୍ଥକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ଅନେକ ଆର୍ଥିକ ଲାଭ ପାଇବ ଆମେରିକା । ଅନ୍ୟପଟେ ରୁଷକୁ କଡା ଜବାବ ଦେବାକୁ ଯାଇ ୟୁକ୍ରେନକୁ ସାମିରକ ଶକ୍ତି ସହିତ ଆର୍ଥିକ ସହାୟତା ଦେଉଛି ଆମେରିକା । ଯାହାକି ଦୋମୁହାଁ ନୀତିକୁ ଦର୍ଶାଉଛି ।