ତାଲିବାନଙ୍କ ହାତରେ ଆମେରିକା ଅସ୍ତ୍ରଶସ୍ତ୍ର । ଆମେରିକା ଛାଡିଯାଇଥିବା ଅସ୍ତ୍ରକୁ ବ୍ୟବହାର କରୁଛି ତାଲିବାନ

343

କନକ ବ୍ୟୁରୋ: ତାଲିବାନୀଙ୍କ ହାତରେ ଆମେରିକା ଅସ୍ତ୍ରଶସ୍ତ୍ର । ଆମେରିକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ତାଲିବାନ । ଆଫଗାନିସ୍ତାନରେ ଥିବା ଆମେରିକା ଅସ୍ତ୍ରଶସ୍ତ୍ରକୁ ଜବତ କରିଛି ତାଲିବାନ । ହେଲିକପ୍ଟର, ଗନ୍, ଟ୍ରକ୍ସ, ଡ୍ରୋନ୍କୁ ତାଲିବାନ ବ୍ୟବହାର କରୁଛି । ଆଫଗାନିସ୍ତାନ ଛାଡିବା ବେଳେ ପୁଳା ପୁଳା ଅସ୍ତ୍ରଶସ୍ତ୍ର ଛାଡି ଆସିଥିଲା ଆମେରିକା । ସେହି ସବୁ ଅସ୍ତ୍ରଶସ୍ତ୍ରକୁ ଏବେ ବ୍ୟବହାର କରୁଛି ତାଲିବାନ ।

ଏହାଛଡା ଆଫଗାନ ସେନା ଆତ୍ମସମର୍ପଣ କରିବା ପରେ ତାଲିବାନ ତାଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ନିଜ କବଜାକୁ ନେଇଛି । ଆଫଗାନ ସୈନ୍ୟଙ୍କ ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା ଆମେରିକା । ସେହି ଅସ୍ତ୍ରଶସ୍ତ୍ର ଏବେ ତାଲିବାର ହାତରେ ଲାଗିଛି । ୨୦୦୩ରୁ ୨୦୧୬ ମଧ୍ୟରେ ଆମେରିକା ପାଖାପାଖି ୬ ଲକ୍ଷ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର, ୭୬ ହଜାର ଗାଡି ଓ ୨୦୮ ଏୟାରପ୍ଲେନ୍ ଆଫଗାନିସ୍ତାନ ମିଲିଟାରୀ ଓ ପୋଲିସକୁ ପଠାଇଥିଲା । ତାଲିବାନମାନେ ଆଫଗାନିସ୍ତାନ କବଜା କରିବା ପରେ ଏସବୁ ଅସ୍ତ୍ରଶସ୍ତ୍ର ନିଜ ଅକ୍ତିଆରକୁ ନେଇଛି ତାଲିବାନ ।