କନକ ବ୍ୟୁରୋ: ସୁସଜ୍ଜିତ ଯଜ୍ଞ ମଣ୍ଡପରୁ ଭାସି ଆସିଲା ପଣ୍ଡିତଙ୍କ ମନ୍ତ୍ରୋଚାରଣ । ବେଦ, ମନ୍ତ୍ର, ପୂଜାପାଠରେ କମ୍ପୁଥିଲା ଏକାମ୍ରକ୍ଷେତ୍ର । ଚାରିଆଡେ ଶୁଭୁଥିଲା ଶିବସ୍ତୁତି । ଆଉ ତାରି ଭିତରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳାନ୍ୟାସ କରିବା ପରେ ଯଜ୍ଞ ମଣ୍ଡପକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଯଜ୍ଞ ମଣ୍ଡପରେ ଆରାଧନା କରିଥିଲେ ନବୀନ ।
ଏକାମ୍ର ପ୍ରକଳ୍ପର ବୈଶିଷ୍ଟ୍ୟ..
- ଏକାମ୍ର ପ୍ରକଳ୍ପର ସ୍ଥାପତ୍ୟ, ପ୍ରତ୍ନତାତ୍ତତ୍ତ୍ୱିକ ଏବଂ ପ୍ରାଚୀନ ଐତିହ୍ୟର ପୁନରୁଦ୍ଧାର
- ଯାନବାହାନ ଯାତାୟତ ସୁବିଧା ପାଇଁ ୧୨-୧୮ ମିଟର ଚଉଡା ବିଶିଷ୍ଟ ମିଶ୍ରିତ ଟ୍ରାଫିକ ଲେନ୍ ନିର୍ମାଣ
- ପଦଚାରୀଙ୍କ ଗମନାଗମନ ପାଇଁ ୪-୧୦ମିଟର ଚଉଡା ଚଲାପଥ ନିର୍ମାଣ ହେବ
- ତୀର୍ଥଯାତ୍ରୀଙ୍କ ସାମଗ୍ରୀ ରଖିବା ପାଇଁ ୩ଶହ ମିଟର ଜାଗାର ବ୍ୟବସ୍ଥା
- ଜରୁରୀକାଳୀନ ସେବା ଏବଂ ସୁବିଧା ପାଇଁ ୧୬ଶହ ବର୍ଗ ମିଟରର ଏକ ସୂଚନା ଓ ନିୟନ୍ତ୍ରଣ କକ୍ଷ
- ବିନ୍ଦୁସାଗର ଚାରିପଟେ ସ୍ୱତନ୍ତ୍ର ଚଲାପଥ ନିର୍ମାଣ କରାଯିବ
ଏହି ଅବସରରେ ଏକାମ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ସେବାୟତ ପରିବାର ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିଳାନ୍ୟାସ ପୂର୍ବରୁ ଦୁଇ ଦିନ ଧରି ଭୂମି ପୂଜନ କାର୍ଯ୍ୟକ୍ରମ ଚାଲୁରହିଥିଲା । ଯଜ୍ଞ ଚାଲିଥିଲା । ଏଥିସହ ଆୟୋଜିତ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/17_00000-8.jpg)