ଶେଷ ହୋଇନି କରୋନାର ୨ୟ ଲହର: ଆଗାମୀ ୩ ମାସ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

150

କନକ ବ୍ୟୁରୋ: କରୋନା ପାଇଁ ଆଗକୁ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଲେ ଏବେ ୩ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ଆମରୁ ସତର୍କ ରହିବାକୁ ପଡିବ । ଆମକୁ ଜଗି ରଖି ଚଳିବାକୁ ପଡିବ । ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି ଦେଶରେ କରୋନାର ୨ୟ ଲହର ଶେଷ ହୋଇ ନାହିଁ । ଏବେ ବି କରୋନା ସଂକ୍ରମଣ ୨୦ ହଜାର ଭିତରେ ରହୁଛି ।