ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା କିଶୋର ଜେନାଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଫୋନ୍ କରି ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି କିଶୋରଙ୍କ ସଫଳତା
କନକ ବ୍ୟୁରୋ : ଏସୀୟ କ୍ରୀଡାରେ ସଫଳତା ପାଇଁ ଓଡ଼ିଶାର କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଥଲେଟ କିଶୋର ଜେନାଙ୍କ ସଫଳତା ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ଫୋନେରେ କିଶୋରଙ୍କୁ କହିଛନ୍ତି ଧର୍ମେନ୍ଦ୍ର । ଫୋନରେ କଥା ହୋଇ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ ଏହା ମହାପ୍ରଭୁଙ୍କ ନିକଟରେ କାମନା କରିଥିବା କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିରଜ ଚୋପ୍ରାଙ୍କ ସହ ମଧ୍ୟ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ ଜିତିଥିବା ଯୁବ ଆଥଲେଟଙ୍କୁ ଶୁଭେଚ୍ଛା । ଆଥଲେଟ କିଶୋର ଓ ନିରଜଙ୍କ ପ୍ରଦର୍ଶନ ଦେଖିବା ଭଳି ଥିଲା । କିଶୋରଙ୍କ ଏହି ସଫଳତା ଦେଶ ତଥା ବିଶେଷ ଭାବରେ ଓଡ଼ିଆ ଲୋକଙ୍କୁ ଗର୍ବିତ କରିଛି । ଉଚ୍ଚକୋଟୀର ପ୍ରଦର୍ଶନ କରି ସେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଅଦ୍ଭୂତପୂର୍ବ । ଦେଶକୁ ଗୌରବାନ୍ୱିତ କରିବା ପାଇଁ ତାଙ୍କ ଭିତରେ ଥିବା ଦୃଢ ଇଚ୍ଛାଶକ୍ତି ସମସ୍ତଙ୍କ ପାଇଁ ଗର୍ବର ବିଷୟ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ କାମନା ।