କନକ ବ୍ୟୁରୋ : ଶ୍ରାବଣରେ ମୌସୁମୀର ଦେଖାନାହିଁ । ଚାଷ ଜମି ଫାଟି ଆଁ କଲାଣି । ବର୍ଷା ଅଭାବରୁ ଚାଷ କାମ ବି ଆଗେଇପାରୁନି । ଫଳରେ ଚାଷୀ ଏବେ ବର୍ଷାକୁ ଚାତକ ଭଳି ଚାହିଁରହିଛି । କମ ବର୍ଷା ଯୋଗୁଁ ରାଜ୍ୟର ୧୧ଟି ଜିଲ୍ଲାରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରୁ ଜମି ଫାଟି ଆଁ କରୁଥିବା ଚିତ୍ର ସାମ୍ନାକୁ ଆସୁଛି । ଆପଣ ଯେଉଁ ଦୃଶ୍ୟ ଦେଖୁଛନ୍ତି ସେହି ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲାର ।
କମ ବର୍ଷା ଯୋଗୁଁ ଏହି ଜିଲ୍ଲାରେ ବି ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ଚାଷୀ ଧାନ ତଳି ପକାଇଥିଲେ ବି ପାଣି ଅଭାବରୁ ତଳି ପୋଡିବାକୁ ବସିଲାଣି । ଆଉ ଏହି ସମୟରେ ଚାଷୀ ଘରୁ ପାଣି ଆଣି ତଳିରେ ପକାଉଥିବା ଦେଖାଦେଇଛି ।