କନକ ବ୍ୟୁରୋ: ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ୍ତ ରହିଛି । ମୋଟ ୧୪୧ ଜଣ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ୭ ଟି ଦେଶ ଏହାକୁ ବିରୋଧ କରିଥିଲେ । ଆଉ ଭାରତ, ଚୀନ ସମେତ ୩୨ ଦେଶ ଭୋଟ ଦେବାକୁ ନିବୃତ୍ତ ରହିଥିଲେ।
ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଇଗୁ ପାଶ୍ଚାତ୍ୟ ଦେଶଗୁଡିକୁ ଅଭିଯୁକ୍ତ ସଜାଇଛନ୍ତି । ପାଶ୍ଚାତ୍ୟ ଦେଶମାନଙ୍କୁ ଏଭଳି ଚେଷ୍ଟା କେବେ ସଫଳ ହେବନି ବୋଲି କହିଛନ୍ତି ସେରଗେଇ । ୟୁକ୍ରେନର ନିବେଦନ ସତ୍ତେ୍ୱ ଭାରତ ଏହି ପ୍ରସ୍ତାବରୁ ନିଜକୁ ଦୁରେଇ ରଖିଛି । ଦୁଇ ଦେଶ କୂଟନୀତି ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନର ବାଟ ବାହାରକରିବାକୁ ପ୍ରସ୍ତାବ ଦେଇଛି ଭାରତ ।
ଜାତିସଂଘରେ ପାରିତ ହେଲା ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର ପ୍ରସ୍ତାବ।
/kanak/media/post_attachments/wp-content/uploads/2023/02/107156994-1669382801725-gettyimages-1245070337-AA_25112022_956453.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)