କନକ ବ୍ୟୁରୋ: ୟୁକ୍ରେନ ଦଖଲ ପାଇଁ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି ପୁଟିନ୍ । ଗତ କିଛି ଦିନ ଭିତରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି ରୁଷିଆ । ଲୁହାନ୍ସ, ଡୋନେସ୍କ ପରେ ଆଉ ଏକ ୟୁକ୍ରେନ ସହରକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ଯାଉଛି ରୁଷିଆ । ୟୁକ୍ରେନର ଅନ୍ୟତମ ପ୍ରମୁଖ ସହର ବାଖମୁଟ୍ ସମ୍ପୂର୍ଣ୍ଣ ଭାବେ ରୁଷ ଦଖଲକୁ ଆସିଯିବା ସ୍ଥିତି ସୃଷ୍ଟି ହୋଇଛି । କ୍ରେମଲିନ୍ ପାଇଁ ରଣନୀତି ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ବାଖମୁଟ୍ ସହର ଦଖଲ ପାଇଁ ରୁଷ ସେନା ପ୍ରଚଣ୍ଡ ଆକ୍ରମଣ କରି ଚାଲିଛି । ବାଖମୁଟ୍ ଉପରେ ଅହରହ ବୋମା ଓ ଗୁଳିବର୍ଷା କରୁଛି ପୁଟିନ ବାହିନୀ । ଯେଉଁଥିରେ ବାଖମୁଟ୍ ସହର ସମ୍ପୂର୍ଣ୍ଣ ଧ୍ୱସ୍ତ, ବିଧ୍ୱସ୍ତ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଥିବା ୟୁକ୍ରେନର ସେନା ଶିବିର ଉପରେ ମିଜାଇଲ ମାଡ କରିଛି ରୁଷ । ଯେଉଁଥିରେ ଶତାଧିକ ୟୁକ୍ରେନ ସେନା ନିହତ ହୋଇଥିବା କ୍ରେମଲିନ୍ ପକ୍ଷରୁ ସୂଚନା ଦିଆଯାଇଛି ।
ରୁଷ ସେନା ପୁରା ସହରକୁ ଚାରିପଟୁ ଘେରି ରହିଛି । ଫଳରେ ୟୁକ୍ରେନ ସେନା ବାଖମୁଟରୁ ପଛଘୁଞ୍ଚା ଦେଉଥିବା ସୂଚନା ମିଳିଛି । ସେପଟେ ରୁଷିଆ ସେନାର ଭୟଙ୍କର ଆକ୍ରମଣ ଫଳରେ ବାଖମୁଟରେ ସ୍ଥିତି ଉକ୍ରଟ ହେବାରେ ଲାଗିଛି । ଲୋକଙ୍କୁ ବିଜୁଳି ଓ ପାଣି ମିଳୁନାହିଁ । ସେପଟେ ବାଖମୁଟ ମେୟର କହିଛନ୍ତି ସହରରେ ଏଭଳି ଗୋଟିଏ ବିଲ୍ଡିଂ ନାହିଁ ଯାହା ଉପରେ ବୋମା ବର୍ଷା ହୋଇ ନାହିଁ । ଫଳରେ ଲୋକେ ବାଖମୁଟ୍ ଛାଡି ପଳାଉଥିବା ସୂଚନା ମିଳିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/2-7.jpg)