କନକ ବ୍ୟୁରୋ : ରିପୋର୍ଟରଙ୍କ ଉପରେ ଚିଡିଲେ ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନଙ୍କ ଠାରୁ ଡୋନାଲ୍ଡ ଟ୍ରମ୍ପ ପରାଜୟ ସ୍ୱିକାର କରିବେ କି ବୋଲି ରିପୋର୍ଟର ଜଣକ ପ୍ରଶ୍ନ କରିଥିଲେ । ତେବେ ଇଲେକଟୋରୋଲ କଲେଜର ଔପଚାରିକ ଘୋଷଣା ପରେ ସେ ହ୍ୱାଇଟ ହାଉସ ଛାଡିବେ ବୋଲି କହିଛନ୍ତି ଟ୍ରମ୍ପ । ତେବେ ପରାଜୟ ସ୍ୱିକାର କରିବା ତାଙ୍କ ପାଇଁ କଷ୍ଟକର ବୋଲି କହିଛନ୍ତି ଟ୍ରମ୍ପ । ଏହାସହ ନିର୍ବାଚନରେ ଜାଲିଆତି ହୋଇଥିବା ସେ ପୁଣି ଦୋହରାଇଛନ୍ତି ।
ସେପଟେ, ଟ୍ରମ୍ପ୍ କହିଛନ୍ତି, ଯଦି ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜୋ ବାଇଡେନ୍ଙ୍କ ସମର୍ଥନରେ ଇଲେକ୍ଟୋରାଲ୍ ଭୋଟ୍ ଯିବ ତେବେ ସେ ହ୍ୱାଇଟ୍ ହାଉସ୍ ଛାଡ଼ିଦେବେ । ଇଲେକ୍ଟୋରାଲ୍ କଲେଜ୍ ନିର୍ବାଚନରେ ଯଦି ବାଇଡେନ୍ ଜିତିଯାଆନ୍ତି ତେବେ ସେ ହ୍ୱାଇଟ୍ ହାଉସ୍ ଛାଡ଼ିଦେବେ । ସୂଚନାଯୋଗ୍ୟ, ବାଇଡେନ୍ ଆସନ୍ତା ଜାନୁଆରି ୨୦ରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।