କରୋନା ଚିକିତ୍ସା ପରେ ହ୍ୱାଇଟହାଉସ ଫେରିଲେ ଆମେରିକା ରାଷ୍ଟ୍ରପତି : କହିଲେ, ସୁସ୍ଥ ଅନୁଭବ କରୁଛି ; କରୋନା ସଂକ୍ରମିତ ହେବା ପରେ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ

107

କନକ ବ୍ୟୁରୋ : ହସପିଟାଲରୁ ଡିସଚାର୍ଜ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ହ୍ୱାଇଟ ହାଉସରେ ହେବ ଟ୍ରମ୍ପଙ୍କ କରୋନା ଚିକିତ୍ସା । ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ବି କରୋନା ଆକ୍ରାନ୍ତ ହୋଇଥିଲେ । କିନ୍ତୁ  ସେ ହସପିଟାଲରେ ଭର୍ତ୍ତି ହୋଇନଥିଲେ । ହ୍ୱାଇଟ ହାଉସ ଫେରିବା ପରେ ଟ୍ରମ୍ପ କହିଛନ୍ତି, ସେ ସୁସ୍ଥ ଅଛନ୍ତି । କରୋନା ଚିକିତ୍ସା ପାଇଁ ଆମେରିକାର ଭଲ ମେଡିକାଲ ସୁବିଧା ରହିଛି । ତେଣୁ ଭୟଭୀତ ହେବାର ନାହିଁ ।

କିନ୍ତୁ ଟ୍ରମ୍ପଙ୍କ ଏହି ଦାବି ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି ।  କାରଣ-ଆମେରିକାରେ  କରୋନାଜନିତ ମୃତ୍ୟରେ ପାଖାପାଖି ୨ ଲକ୍ଷ ୧୦ ହଜାର ପ୍ରାଣ ହରାଇଲେଣି । ହ୍ୱାଇଟ ହାଉସରେ ପଂହଚିବା ପରେ ଟ୍ରମ୍ପ  ମୁହଁରୁ ମାସ୍କ କାଢିଦେଇଥିଲେ  ଓ ସାଲ୍ୟୁଟ କରି ଲୋକଙ୍କୁ ଧନ୍ୟବାଦ କହିଥିଲେ । ସେପଟେ ଡାକ୍ତରଙ୍କ କହିବା କଥା ହେଲା, ରାଷ୍ଟ୍ରପତିଙ୍କ ଶ୍ୱାସରେ କୌଣସି ସମସ୍ୟା ନାହିଁ  ଓ ଗତ ୭୨ ଘଂଟା ମଧ୍ୟରେ ଜ୍ୱର ବି ଆସିନାହିଁ ।