କରୋନା ଆକ୍ରାନ୍ତ ହେବାର ୪ଦିନ ଭିତରେ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି । ୱାଲ୍ଟର ରିଡ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ହ୍ୱାଇଟ ହାଉସ ଫେରିଲେ ଟ୍ରମ୍ପ । ଚିକିତ୍ସାରେ ଏକ ନୂଆ ପରୀକ୍ଷଣ ହୋଇଥିଲା ।

258

କନକ ବ୍ୟୁରୋ : କରୋନା ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୪ଦିନରେ ସୁସ୍ଥ ହୋଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଂଟରରେ ୪ ଦିନର ଚିକିତ୍ସା ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅନ୍ୟାନ୍ୟ ଔଷଧ ସହ ଦିଆଯାଇଥିଲା ରିଜେନେରନ୍ ଫାର୍ମାସିଉଟିକାଲ ଇଙ୍କ ପକ୍ଷରୁ ପ୍ରସ୍ତୁତ ଆଂଟିବଡି ଡ୍ରଗ ରିଗେନ୍-ସିଓଭି ୨ । ଏହି ଔଷଧକୁ କରୋନା ବିରୋଧରେ ଜୀବନ ରକ୍ଷାକାରୀ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଗତ କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଆଇସୋଲେସନରେ ରହିଥିଲେ । ତେବେ ପରେ ସେ ସୁସ୍ଥ ହୋଇ ହ୍ୱାଇଟ ହାଉସ ଫେରିଛନ୍ତି । ସେ କରୋନା କବଳରୁ ମାତ୍ର ୪ ଦିନରେ ସୁସ୍ଥ ହୋଇଛନ୍ତି ।

ତେବେ ସେ ସୁସ୍ଥ ହୋଇ ଫେରିବା ପରେ ମୁହଁରୁ ମାସ୍କ କାଢି ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ । ଏନେଇ ବିରୋଧୀ ଦଳମାନେ ତାଙ୍କୁ ସମାଲୋଚନା କରିଥିଲେ । ତେବେ ସେ ସୁସ୍ଥ ହୋଇ ଫେରିଥିଲେ ମଧ୍ୟ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ନଥିବା ବିରୋଧୀ ଦଳମାନେ କହିଥିଲେ ।